ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନୁଗୁଳ ବିକାଶର ନୂଆ ଅଧ୍ୟାୟ, ୧୮୦୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ନବୀନ

ଅନୁଗୁଳ: ଅନୁଗୁଳ ବିକାଶର ନୂଆ ଅଧ୍ୟାୟ । ଅନୁଗୁଳ ସେବା ଓ ସଂଗ୍ରାମର ମାଟି । ନବ କୃଷ୍ଣ ଚୌଧୁରୀ ଓ ମାଳତୀ ଚୌଧୁରୀଙ୍କ ସେବା ମାଟିକୁ ଧନ୍ୟ କରିଛି । ୧୮୦୫ କୋଟି ଟଙ୍କାର ୧୫୪୧ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ୭ ହଜାର ୪ଶହ ମହିଳା ସୟଂ ସହାୟକ ଗୋଷ୍ଠୀର ୭୫ ହଜାର ସ୍ବାବଲମ୍ବୀ ମହିଳାଙ୍କୁ ୨୪୨ କୋଟି ଟଙ୍କାର ଋଣ ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜିଲ୍ଲା ଗସ୍ତରେ ଆସି ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବହୁ ପ୍ରତୀକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହୋଇଛି ।

Leave A Reply

Your email address will not be published.