ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଚିହ୍ନଟ ହେଲେ ଆଉ ୩୨୭ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ସଂକ୍ରମଣ ହାର। ଦିନେ ବଢିଲେ ଆଉ ଦିନେ କାମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୩୨୭ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୩୬ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୪ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୧୦୦ କୁ ବୃଦ୍ଧି ପାଇଥିବା ବେଳେ ୧୦୨୯୫୮୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୪୧୨୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

 

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୭ ଜଣ, କଟକରୁ ୨୯, ଭଦ୍ରକ ଜିଲ୍ଲାରୁ ୮ ଜଣ, ବଲାଙ୍ଗୀରରୁ ୫, ବୌଦ୍ଧରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡ଼ାରୁ ୨, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୩, ମୟୁରଭଞ୍ଜରୁ ୧୩, ନୟାଗଡ଼ରୁ ୩, ନୂଆପଡ଼ାରୁ ୨, ପୁରୀରୁ ୬, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୪, ଷ୍ଟେଟପୁଲରୁ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.