ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୋମବାର ରାଶିଫଳ (୨-୮-୨୦୨୧)

ମେଷ:କର୍ମକ୍ଷେତ୍ରରେ ବିରୋଧାଭାସ ରହିବ। ସାଂସାରିକ ଅର୍ଥଚିନ୍ତା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ବୃଷ: ଦିନଟି ହଷୋଲ୍ଲାସ ଭିତରେ କଟିବ। ଚାକିରିରେ ପ୍ରଶଂସିତ ହେବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ ଉତ୍ସାହଜନକ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା

ମିଥୁନ:ପରିଶ୍ରମର ଫଳ ପାଇବେ । ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ । ରାଜନୀତିରେ ଚଳଚଞ୍ଚଳ ରହିବେ । ବାଣିଜ୍ୟରେ ମଧ୍ୟମ ଫଳ ପାଇବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ଗୋଲାପି

କର୍କଟ:ଦିନଟିରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଚାକିରିରେ ନିଷ୍ଠା ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ଏଥିସହିତ ପଢ଼ନ୍ତୁ

ସିଂହ:କୌଣସି ବଡ଼ ଧରଣର କାର୍ଯ୍ୟ ତୁଲାଇବେ | ସାଂସାରିକ ସୁଖସନ୍ତୋଷ ପ୍ରାପ୍ତି ହେବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ଉନ୍ନତି ହେବ। ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

କନ୍ୟା:ଅସ୍ଥିରତା କାରଣରୁ କାର୍ଯ୍ୟହାନି ହେବ। ଚାକିରିରେ ଅସହଯୋଗ ଦେଖାଦେବ। ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟ ମାନ୍ଦା ରହିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ତୁଳା:କର୍ମକ୍ଷେତ୍ରରେ ବାଧାବିଘ୍ନ ରହିବ। ମହିଳାମାନେ ହତୋତ୍ସାହ ରହିବେ। ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ବିଛା:କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ । ରାଜନୀତିରେ ପ୍ରଶଂସା ପାଇବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

ଧନୁ: ଦିନଟି କର୍ମତତ୍ପର ରହିବେ। ଆର୍ଥିକ ଉନ୍ନତି ହେବ। ରାଜନୀତିରେ ସକ୍ରିୟ ରହିବେ । ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣୀ

ମକର:କୌଣସି ବିଷୟବସ୍ତୁକୁ ନେଇ ଚିନ୍ତାରେ ରହିବେ । ମହିଳାମାନେ ଉଦାସ ରହିବେ । ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍

କୁମ୍ଭ:ବହୁ ଚେଷ୍ଟା କରି ସୁଫଳ ପାଇବେ । ଚାକିରିରେ ଚଳଚଞ୍ଚଳ ରହିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍

ମୀନ:ସମାଜରେ ପ୍ରତିଷ୍ଠିତ ହେବେ। ପ୍ରଶାସନିକ ଓ ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି

Leave A Reply

Your email address will not be published.