ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ବିବାହ ମଣ୍ଡପରୁ ଲୁଟ୍: ଲକ୍ଷାଧିକ ଟଙ୍କାର ସୁନାଗହଣା, ନଗଦ ଟଙ୍କା ଓ ଗିପ୍ଟ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ପୁଣି ବିବାହ ମଣ୍ଡପରୁ ଲୁଟ୍। କଳ୍ପନା ଛକରେ ଥିବା ହୋଟେଲ କଳିଙ୍ଗ ଅଶୋକରେ ଏକ ବାହାଘର ହୋଇଥିଲା। ଏହି ସମୟରେ ଅଜଣା ଦୁର୍ବୃତ୍ତ ଆସି ସୁନା ଗହଣା, ଟଙ୍କା ଓ ଗିପ୍ଟ ନେଇଯାଇଥିବା ଅଭିଯୋଗ ହୋଇଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା, ଗିପ୍ଟ ଚୋରି ଅଭିଯୋଗ ନେଇ ଝିଅର ବାପା ବଡଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ହେତୁ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଥିବା ବେଳେ ହୋଟେଲରେ କୌଣସି ସିସିଟିଭି ବା ସୁରକ୍ଷା ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଝିଅର ବାପା ।

Leave A Reply

Your email address will not be published.