ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ବିଟରକୁ ବାଏ ବାଏ କଲେ କରଣ ଜୋହର, ଜାଣନ୍ତୁ କାହିଁକି…

ମୁମ୍ବାଇ: ସୋସିଆଲ ମିଡିଆ ସାଇଟ ଟ୍ବିଟରକୁ ବାଏ୍‌ ବାଏ୍‌ କଲେ ବଲିଉଡ଼ର ଖ୍ୟାତନାମା ନିର୍ଦ୍ଦେଶକ ତଥା ପ୍ରଯୋଜକ କରଣ ଜୋହର । ମାତ୍ର କ’ଣ ପାଇଁ ସେ ଏଭଳି ନିଷ୍ପତି ନେଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଥର ଟ୍ରୋଲିଂ ପାଇଁ ନୁହେଁ ବରଂ ସବୁ ବିବାଦରୁ ଦୂରରେ ରହିବା ପାଇଁ କରଣ ନେଇଛନ୍ତି ଏଭଳି ନୂଆ ନିଷ୍ପତ୍ତି । ଶେଷଥର ପାଇଁ ଟ୍ବିଟ କରି କରଣ ଲେଖିଛନ୍ତି ‘‘ମୁଁ ନିଜ ପାଇଁ ଜାଗା ତିଆରି କରୁଛି । ମୋତେ ଆହୁରି ପଜିଟିଭ ଏନର୍ଜି ଦରକାର । ଏଥିପାଇଁ ନୁଆ ପଦକ୍ଷେପ ନେଇଛି । ଗୁଡ୍‌ବାଏ ଟ୍ବିଟର ’’ ।

ନେପୋଟିଜିମ ଓ ଷ୍ଟାରକିଡ୍ସଙ୍କୁ ପ୍ରମୋଟ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇ ଆସୁଛି । କିଛି ବି ପୋଷ୍ଟ କରନ୍ତୁ ସବୁବେଳେ ଟ୍ରୋଲରଙ୍କ ଟାର୍ଗେଟରେ ଥାଆନ୍ତି କରଣ । କଫି ୱିଥ୍‌ କରଣ ସୋ’ର ପ୍ରତି ଏପିସୋଡରେ ଆଲିଆଙ୍କୁ ପ୍ରମୋଟ ହେଉ କି ସାରା ଓ ଜାହ୍ନବୀଙ୍କ ମଧ୍ୟରେ ଜାହ୍ନବୀଙ୍କୁ ସମର୍ଥନ ସବୁକ୍ଷେତ୍ରରେ କରଣ ବିବାଦ ଘେରକୁ ଆସିଛନ୍ତି । ହୁଏତ ଏଥିପାଇଁ କରଣ ଟ୍ବିଟରକୁ ଗୁଡ୍‌ବାଏ କହିଥିବା ନେଇ ଚର୍ଚ୍ଚା ହେଉଛି ।

ସେହିପରି କରଣଙ୍କ ଶେଷ ଟ୍ବିଟରେ ମଧ୍ୟ ସେ ଟ୍ରୋଲିଂର ଶିକାର ହୋଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ସାର୍‌ ଯଦି ଭାରତର ସୁଖ ଶାନ୍ତି ଚାହୁଁଛନ୍ତି କଫି ୱିଥ କରଣ କଚରା (ଅଳିଆ) ବି ହଟାଇ ଦିଅନ୍ତୁ । ଆଉ ଜଣେ ୟୁଜର ଲେଖିଛନ୍ତି ଏହି ଆକାଉଣ୍ଟ ବନ୍ଦ କରି କରଣ ଏକ ଅଜଣା ଆକାଉଣ୍ଟ ବ୍ୟବହାର କରିବେ ।

Leave A Reply

Your email address will not be published.