ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲାଞ୍ଚ ନେଇ ଗିରଫ ହେଲେ ନିୟୋଜନ ଅଧିକାରୀ ଓ କିରାଣୀ

ଯାଜପୁର ଟାଉନ: ଲାଞ୍ଚ ନେଇ ଗିରଫ ହେଲେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ ତାପସ କୁମାର ସ୍ବାଇଁ ଓ କନିଷ୍ଠ କିରାଣୀ ଜିତେନ୍ଦ୍ର କୁମର ସେଠୀ। କଟକ ଓ ଯାଜପୁର ଭିଜିଲାନସ ଦ୍ବାରା ସେମାନଙ୍କୁ ଗିରଫ କରାଯାଇଛି। ତେବେ କାର୍ଯ୍ଯାଳୟରେ ଭଡା ସୂତ୍ରରେ ଲାଗିଥିବା ଗାଡିର ମାସିକ ଭଡା କାରବାରକୁ ନେଇ ଅଧିକାରୀ ଜଣକ ଗାଡି ମାଲିକଙ୍କୁ ଟଙ୍କା ଦାବି କରିଥିଲେ।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ନିୟୋଜନ କାର୍ଯ୍ଯାଳୟରେ ବିବେକାନନ୍ଦ ମହାପାତ୍ର ନାମକ ଗାଡି ମାଲିକ ୨୦୨୦ ମସିହାରୁ ନିଜର ଗାଡିକୁ ଅଫିସ ବ୍ୟବହାର ପାଇଁ ଭଡାସୂତ୍ରରେ ଲଗାଇଥିଲେ। ତେବେ ଗାଡି ଭଡା ଓ ତେଲ ଭଡା ବାବଦକୁ ଗାଡି ମାଲିକଙ୍କ ଠାରୁ ନିୟୋଜନ ଅଧିକାରୀ ଶ୍ରୀ ସ୍ବାଇଁ ମାସିକ ୪ ହଜାର ଟଙ୍କା ଦାବି କରିଥିଲେ। ତେବେ ଗାଡି ମାଲିକ ଟଙ୍କା ଦେବାକୁ ରାଜି ହେବା ସହ ଏନେଇ ଭିଜିଲାନସକୁ ଅବଗତ କରାଇଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ପିଛିଲା ୩ ମାସର ୧୨ ହଜାର ୬ଶହ ଟଙ୍କାକୁ ଆଜି ଉକ୍ତ କାର୍ୟ୍ୟାଳୟର କନିଷ୍ଠ କିରାଣୀ ଜି‌ତେନ୍ଦ୍ର କୁମାର ସେଠୀଙ୍କ ଜରିଆରେ ନେଉଥିବା ବେଳେ ଯାଜପୁର ଓ କଟକ ଭିଜିଲାନସ ଟିମ ଚଢ଼ାଉ କରିଥିଲେ। ଯାହାକି ଶ୍ରୀ ସେଠୀଙ୍କ ଠାରୁ ସମସ୍ତ ଟଙ୍କା ଜବତ ହେବା ସହ ଦୁଇ ଜଣଙ୍କୁ ଭିଜିଲାନସ ଗିରଫ କରିଛି। ତେବେଏହି ଘଟଣାରେ ଏକା ସାଙ୍ଗରେ ଶ୍ରୀ ସ୍ବାଇଁଙ୍କ ଭୁବନେଶ୍ବର କମଲା ବିହାରରେ ଥିବା ଫ୍ଲାଟ୍,ପାତ୍ରପଡାରେ ଥିବା ଦୁଇ ମହଲା ଘର, କଟକ ଅର୍ଥଗାଁରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ଘଟଣାରେ କଟକ ଭିଜିଲାନସ ପକ୍ଷରୁ କେସ ନଂ ୪୭/୨୦୨୨ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

Leave A Reply

Your email address will not be published.