ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ଫିଲ୍ମ ‘3 Idiots’ର ଲାଇବ୍ରେରିଆନ୍‌ ଅଖିଳ ମିଶ୍ରାଙ୍କ ପରଲୋକ, ଚେୟାରରୁ ପଡି ମୁଣ୍ଡରେ ଲାଗିଥିଲା ଆଘାତ

ମୁମ୍ବାଇ: ବଲିଉଡ଼ ଜଗତରେ ଦୁଃଖର ଛାୟା । ଭେଟେରାନ ଅଭିନେତା ଅଖିଳ ମିଶ୍ରାଙ୍କ ପରଲୋକ ହୋଇଯାଇଛି। ୬୭ ବର୍ଷିୟ ଅଖିଳ ମିଶ୍ରା ଫିଲ୍ମ ‘ଥ୍ରୀ ଇଡିୟଟ୍ସ’ରେ ଲାଇବ୍ରେରିଆନ୍‌ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇଥିଲେ । ବୁଧବାର ଅପରାହ୍ନରେ ମୁମ୍ବାଇର ମିରା ରୋଡ୍ ସ୍ଥିତ ତାଙ୍କ ବାସଭବନରେ ଚେୟାର ଛିଡ଼ା ହୋଇ କିଛି କାମ କରୁଥିବା ବେଳେ ହଠାତ୍‌ ତଳେ ପଡ଼ିଯାଇଥିଲେ ଅଖିଳ ମିଶ୍ରା। ଅଖିଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଖିଳ ମିଶ୍ରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡ ଇଣ୍ଡଷ୍ଟ୍ରିଜରେ ଶୋକର ଛାୟା ଖେଳିଯାଇଛି ।

Article Bottom (Mobile Only)

ଅଖିଳ ଅନେକ ଟିଭି ସୋ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ | ସେ ଭଓ୍ବଁର, ଉତ୍ତରଣ, ଉଡାନ୍, ସିଆଇଡି, ଶ୍ରୀମାନ ଶ୍ରୀମତି, ଭାରତ ଏକ୍ ଖୋଜ୍, ରଜନୀ ଭଳି ଟିଭି ସୋ’ କରିଥିଲେ। ଏହାଛଡ଼ା ଅଖିଳ ମିଶ୍ରା ଡନ୍ ଆବା, ହାଜାରୋଁ ଖ୍ବାଇସେ ଐସି, ୩ ଇଡିୟଟ୍ସ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ | ଅଖିଳ ଅନେକ ବର୍ଷ ଧରି ମନୋରଞ୍ଜନ ଜଗତ ସହ ଜଡ଼ିତ ଥିଲେ । ତେବେ ‘୩ ଇଡିୟଟ୍ସ’ରେ ଲାଇବ୍ରେରିଆନ୍ ଡୁବି ଭୂମିକା ପାଇଁ ସେ ଖ୍ୟାତି ଅର୍ଜନ କରିଥିଲେ | ‘ଉତ୍ତରଣ’ ସିରିଏଲରେ ଉମେଦ ସିଂ ବୁଦେଲା ଭୂମିକାରେ ମଧ୍ୟ ତାଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।

Leave A Reply

Your email address will not be published.