ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମମତାଙ୍କ ଦୃଢ଼ୋକ୍ତି, ନନ୍ଦିଗ୍ରାମରୁ ମୁଁ ହିଁ ଜିତିବି

କୁଚବିହାର : ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମକୁ ନେଇ ପୂର୍ବରୁ ଅନେକ ଘଟଣା ଦେଖିବାକୁ ମିଳିଥିଲା ବେଳେ ଶୁକ୍ରବାର ପୁଣିଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ନିର୍ବାଚନ ମଣ୍ଡଳୀରେ ଦୁଇ ହେଭିୱେଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଏବଂ ଗତକାଲି ମତଦାନ ମଧ୍ୟ ଶେଷ ହୋଇଛି।

ହେଲେ ଗତକାଲିର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଆସନରୁ ବିଜେପି ବିଜୟୀ ହେବ ବୋଲି ବିଭିନ୍ନ ଗଣମାଧ୍ୟମରେ ଆକଳନ କରାଯାଇଥିଲେ ହେଁ ଶୁକ୍ରବାର ମମତା କୁଚବିହାରରେ ଏକ ଜନସଭାକୁ ସମ୍ଭୋଧନ କରି ସେ  ହିଁ ନନ୍ଦିଗ୍ରାମ ଆସନରୁ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି। କେବଳ ସେତିକି ନୁହେଁ, ନନ୍ଦିଗ୍ରାମରୁ ମମତା ହାରୁଥିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ପ୍ରତି ଦେଇଥିବା ଟିପ୍ପଣୀକୁ ନେଇ ମଧ୍ୟ ସେ ଜବାବ ରଖିଛନ୍ତି।

ସେ ଏହି ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ମୁଁ ବିଜେପି ଦଳର ସଦସ୍ୟ ନୁହେଁ। ତେଣୁ ମୁଁ ଅନ୍ୟ କେଉଁଠି ପ୍ରତିଦ୍ବନ୍ଦ୍ବିତା କରିବି କି ନାହିଁ ତାହା ମୋଦୀ ସ୍ଥିର କରିବା ଉଚିତ ନୁହେଁ। ବିଜେପି ଜାଣି ରଖିବା ଉଚିତ ଯେ ମୁଁ ହିଁ ନନ୍ଦିଗ୍ରାମରୁ ଜିତିବି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ପଶ୍ଚିମବଙ୍ଗରେ ଏକ ନିର୍ବାଚନ ସଭାରେ ମୋଦୀ ଭାଷଣ ଦେଉଥିବା ବେଳେ ମମତା ନନ୍ଦିଗ୍ରାମରୁ ପରାଜିତ ହେବାକୁ ଯାଉଥିବାରୁ ଅନ୍ୟ କେଉଁ ଆସନରୁ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କହିଥିଲେ।

Leave A Reply

Your email address will not be published.