ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଗମ ଅଞ୍ଚଳରେ ଆଶା କର୍ମିଙ୍କ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ

ଖଜୁରୀପଡ଼ା : ରାଜ୍ଯ ସରକାର ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସର୍ଭେ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲା ର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରୁକୁମ୍ପା ଗ୍ରାମ ପଞ୍ଚାୟତରେ ଶନିବାରଠାରୁ ଆରମ୍ଭ ହେଇଛି।ପଞ୍ଚାୟତର ଘର କୁ ଘର ବୁଲି ଆଶା କର୍ମି ମାନେ କରୋନା ସର୍ଭେ କରିବେ। କରୋନା ମୁକାବିଲା ପାଇଁ ପଞ୍ଚାୟତ ର ପ୍ରତ୍ୟେକ ଘରେ ପହଁଚିବେ ଆଶା କର୍ମି। ଏହି ଯାଞ୍ଚ ଆସନ୍ତା ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିବ। ଜ୍ଵର ପରୀକ୍ଷା, କରୋନା ରୋଗୀଙ୍କୁ ଚିହ୍ନଟ, ଘରେ ରହୁଥିବା ରୋଗୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ଓ ଔଷଧ ପ୍ରଦାନ, ଆବଶ୍ୟକ ହେଲେ ଡାକ୍ତର ଖାନା କୁ ନେବା ବ୍ୟବସ୍ଥା, କରୋନା ଟିକା ର ଦିତୀୟ ମାତ୍ରା ନେବାରେ ସହାୟତା, କରୋନା ନିୟମ ପାଳନ ସମ୍ପର୍କରେ ସଚେତନତା କରିବେ। ଏହା ବିଭିନ୍ନ ଡାଇବେଟିସ, ରକ୍ତ ଚାପ, କ୍ୟାନସର, ତରଳ ଝାଡ଼ା, ଯକ୍ଷ୍ମା, ମେଲେରିଆ ସହିତ ଶିଶୁ ଓ ଗର୍ଭ ବତୀ ମହିଳା ଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ମଧ୍ଯ ଆଲୋଚନା କରିବେ। ଖଜୁରୀପଡ଼ା ବ୍ଲକ ର ସମସ୍ତ ପଞ୍ଚାୟତ ଆଶା କର୍ମି ମାନେ ଏହି ସର୍ଭେରେ ସହାୟତା କରିବାକୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସି ଏଚ୍ ସି ପକ୍ଷରୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.