ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୭୯ ବର୍ଷରେ ପଦାର୍ପଣ କଲେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ୭୯ ଜନ୍ମଦିବସ।  ପ୍ରଫେସର ଗଣେଶୀ ଲାଲ୍ ଭାରତୀୟ ରାଜନୀତିରେ ଜଣେ ବେଶ ପରିଚିତ ବ୍ୟକ୍ତିତ୍ବ । ୨୯ ମଇ ୨୦୧୮ ମସିହାରୁ ଓଡ଼ିଶାର ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଫେସର ଗଣେଶୀ ଲାଲ୍। ଜଣେ ସୁବକ୍ତା ଏବଂ ଉଚ୍ଚକୋଟୀର ବ୍ୟକ୍ତିତ୍ବ ପାଇଁ ସେ ଅନେକ ଖ୍ୟାତି ମଧ୍ୟ ଅର୍ଜନ କରିଛନ୍ତି।

୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ସିର୍ସାଠାରେ ଜନ୍ମଗ୍ରହଣ କରିଥିଲେ ଗଣେଶୀ ଲାଲ । ସେ ଇଂରାଜୀ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି । ସେ ଗଣିତରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ସେ ଏଫଏ, ସ୍ନାତକ ଏବଂ ସ୍ନାତକତ୍ତୋର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ଶିକ୍ଷା ସମାପ୍ତ କରିବା ପରେ ସେ ଅଧ୍ୟାପନା ବୃତ୍ତିରେ ଯୋଗ ଦେଇଥିଲେ ଏବଂ ୧୯୬୪ରୁ ୧୯୯୧ ମଧ୍ୟରେ ହରିୟାଣାର ବିଭିନ୍ନ ସରକାରୀ କଲେଜରେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ ।

୧୯୭୫-୭୬ରେ ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ, ଗଣେଶୀ ଲାଲ ଏହାକୁ ବିରୋଧ କରି କାରାବରଣ କରିଥିଲେ । ୧୯୯୦ ମସିହାରେ ସେ ଶିକ୍ଷାଦାନରୁ ଇସ୍ତଫା ଦେଇ ସେ ପ୍ରଥମେ ୧୯୯୬ ମସିହାରେ ବିଧାନ ସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ କଂଗ୍ରେସର ଲଚ୍ଛମନ ଦାସଙ୍କୁ ପରାସ୍ତ କରିଥିଲେ । ବଂଶୀଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ଭାବରେ କାମ କରିଥିଲେ । ଶ୍ରମ ଏବଂ ରୋଜଗାର, ଖାଦ୍ୟ ଯୋଗାଣ, ଅବକାରୀ ବିଭାଗ ଆଦି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିଥିଲେ । ହରିୟାଣା ବିଜେପିରେ ସେ ସଚିବ, ମୁଖ୍ୟପାତ୍ର, ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଝାଡ଼ଖଣ୍ଡରେ ସେ ବିଜେପିର ରାଷ୍ଟ୍ରୀୟ ପ୍ରହରି ଭାବରେ ୩ ବର୍ଷ ଧରି ଅବସ୍ଥାପିତ ଥିଲେ ପ୍ରଫେସର ଗଣେଶୀ ଲାଲ୍।

“Geeta” – ‘The Unattached Attachment’ ( “ଗୀତା” – ‘ଅବିଭକ୍ତ ସଂଲଗ୍ନ’) ନାମରେ ସେ ଏକ ପୁସ୍ତକ ରଚନା କରିଛନ୍ତି । ସେ ୨୦୧୪ରେ ହରିୟାଣାରେ ପ୍ରଥମ ବିଜେପି ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ । ଓଡ଼ିଶାର ରାଜ୍ୟପାଳ ପଦବୀ ମଣ୍ଡନ କରିବା ପୂର୍ବରୁ ସେ ଭାରତୀୟ ଜନତା ପାର୍ଟିର ଅନୁଶାସନ କମିଟିର ରାଷ୍ଟ୍ରୀୟ ସଭାପତି ଥିଲେ ।

Leave A Reply

Your email address will not be published.