ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ମାର୍ଟସିଟିରେ ବନ୍ଧୁକ ଦେଖାଇ ଲୁଟିଲେ ଜୋତା

ଭୁବନେଶ୍ୱର : ନିୟୁ ଏୟାରପୋର୍ଟ ରାସ୍ତାକଡ଼ ଫୁଟପାଥ୍‌ରେ ବିକ୍ରି ହେଉଥିବା ଜୋତା ଦୋକାନରେ ରବିବାର ଅପରାହ୍ଣରେ ୩ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ଜୋତା ନେଇଯାଇଛନ୍ତି। ଦିନବେଳା ଜନଗହଳିପୂର୍ଣ୍ଣ ରାସ୍ତାରେ ବନ୍ଧୁକ ଦେଖାଇ ଅଧ୍ୟଘଣ୍ଟାଏ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳାଇବା ସହ ଅଣଓଡ଼ିଆ ବ୍ୟବସାୟୀଙ୍କୁ ମାଡ଼ ମାରିଛନ୍ତି। ଜୋତା ବ୍ୟବସାୟୀଙ୍କ ଘର ଉତ୍ତରପ୍ରଦେଶ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବନ୍ଧୁକ ଦେଖାଇ ଜୋତା ଲୁଟିବା ଘଟଣା ରାଜଧାନୀରେ ପ୍ରଥମ ଘଟଣା ବୋଲି ପୁଲିସ କହିଛି।

ଖବର ନେବାରୁ ଜଣାପଡ଼ିଛି ରବିବାର ଦିନ ସାଢ଼େ ଗୋଟାଏ ସମୟରେ ୨ଟି ବାଇକରେ ୩ଜଣ ଯୁବକ ଜୋତା କିଣିବା ଲାଗି ଫୁଟ୍‍ପାଥରେ ଥିବା ଜୋତା ଦୋକାନକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୋକାନରେ ପଡ଼ିଥିବା ଚେୟାରରେ ବସିଥିଲା ବେଳେ ୨ଜଣ ଜୋତା ଦେଖିଥିଲେ। ସେମାନେ ୩ ହଳ ଜୋତା ପସନ୍ଦ କରିଥିଲେ। ଏହାପରେ ସମସ୍ତେ ଜୋତାଗୁଡ଼ିକୁ ପିନ୍ଧି ଟ୍ରାଏଲ୍‍ ମଧ୍ୟ କରିଥିଲେ। ପରେ ଜୋତା ପିନ୍ଧା ଚାଲି ଯିବାକୁ ବସିଥିଲେ। ଦୋକାନୀ ଜୋତା ୩ ହଳ ବାବଦରେ ୧୨ ଶହ ଟଙ୍କା ମାଗିବାରୁ ଜଣେ ଲୁଟେରା ଅଣ୍ଟାରୁ ବନ୍ଧୁକ ବାହାର କରି ଦୋକାନୀଙ୍କୁ ମାଡ଼ ମାରିଥିଲେ। ଦୋକାନୀ ଜଣଙ୍କ ଜଣେ ଲୁଟେରା ହାତ ଧରି ନ ଛାଡ଼ିବାରୁ ସେମାନଙ୍କ ମଧ୍ୟରେ ୨୦ ମିନିଟ୍‍ କାଳ ମାର୍‍ପିଟ ହୋଇଥିଲା। ଏହାପରେ ଯୁବକ ୨ ଜଣ ୩ ହଳ ଜୋତା ନେଇ ଫେରାର୍‍ ହୋଇଯାଇଥିଲେ।

ପାନ ଦୋକାନୀକୁ ବି ବାକି ମାଗିଲେ

ଜୋତା ଧରି ନିକଟରେ ରହିଥିବା ଏକ ପାନ ଦୋକାନକୁ ଯାଇଥିଲେ। ହାତରେ ଖାଲି ଜୋତା ଧରିଥିବାରୁ ସେ ଦୋକାନୀଠାରୁ ବ୍ୟାଗ୍‍ ଆଣୁନାହାନ୍ତି ବୋଲି କହିଥିଲେ। କାରଣ ସେ ଜାଣି ନ ଥିଲେ ବନ୍ଧୁକ ଦେଖାଇ ଜୋତା ଆଣିଛନ୍ତି। ଏହାପରେ ଉକ୍ତ ଦୋକାନୀଠାରୁ ସିଗାରେଟ୍‍ ଆଣି ଟାଣି ଥିଲେ। କିନ୍ତୁ ଟଙ୍କା ଦେଉ ନ ଥିଲେ। ଏହାପରେ ପାନଦୋକାନୀ ବାଧ୍ୟ କରିବାରୁ ଟଙ୍କା ଦେଇ ଜୋତା ଧରି ପଳାଇଥିଲେ।

Leave A Reply

Your email address will not be published.