ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୋଇଥିଲା ବେଳେ ପଥରରେ ଛେଚି ମାରିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ବିନାୟକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି ।

ସୂଚନା ଅନୁସାରେ, ବିନାୟକ ପ୍ରଧାନ ଗ୍ରାମର ଠାକୁରାଣୀଙ୍କ ମନ୍ଦିର ପାଖରେ ଶୋଇଥିବା ବେଳେ ତାକୁ କେହି ପଥରରେ ଛେଚି ହତ୍ୟା କରିଛି । ଖବର ପାଇ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ବିନାୟକ ପ୍ରଧାନ ଜଣେ ମଦ ବ୍ୟବସାୟ କରୁଥିବା ଜଣାପଡିଛି । ସେ ଗୋଟିଏ କାଉଣ୍ଟର କରି ମଦ ବିକ୍ରି କରନ୍ତି । ହେଲେ କିଛି ଲୋକ ଚୋରା ମଦ କାରବାର କରୁଥିବାରୁ ସେ ବାରମ୍ବାର ଅଭିଯୋଗ କରୁଥିଲେ । ସେହି ରାଗରେ ଦୃର୍ବୃତ୍ତ ବିନାୟକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.