ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶୁକ୍ରବାର ରାଶିଫଳ (୧୬-୦୪-୨୦୨୧)

ମେଷ:ସମାଜରେ ସୁନାମ ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ରାଜନୀତିରେ ଦୂରଯାତ୍ରା କରିପାରନ୍ତି। ଶିଳ୍ପ ଓ ବାଣିଜ୍ୟରେ ସଫଳତା ପାଇବେ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ବୃଷ:ଶ୍ରୀଚନ୍ଦ୍ର କାରଣରୁ ସୁଖସନ୍ତୋଷ ଭିତରେ ଦିନଟି କଟିବ। ଚାକିରିରେ ସୁରୁଖୁରୁରେ କାର୍ଯ୍ୟ ତୁଲାଇବେ। ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରିପାରନ୍ତି।

ଶୁଭ ଅଙ୍କ-୫,ଶୁଭ ରଙ୍ଗ-ସବୁଜ

ମିଥୁନ:ଦେହ ଓ ମନ ଭଲ ରହିବ ନାହିଁ। ଚାକିରିରେ ଅସହଯୋଗ ରହିବ। ପ୍ରଶାସନିକ ବିରୋଧୀ ବୃଦ୍ଧି ପାଇବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କର୍କଟ:ବିଶିଷ୍ଟ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ଓ ସହଯୋଗ ମିଳିବ। ଚାକିରିରେ ସମ୍ମାନ ପାଇବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବାଣିଜ୍ୟରେ ସଞ୍ଚୟ ହେବ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ସିଂହ:ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

କନ୍ୟା:କର୍ମକ୍ଷେତ୍ରରେ ଆଗେଇ ଚାଲିବେ। ସାଂସାରିକ ଧର୍ମକର୍ମ ଓ ଦାନଧର୍ମରେ ମନ ରହିବ। ଚାକିରିରେ ଦାୟିତ୍ୱବୋଧ ରହିବ। ବାଣିଜ୍ୟରେ ଶୁଭ ହେବ।

ଶୁଭ ଅଙ୍କ-୪,ଶୁଭ ରଙ୍ଗ-ମେଟାଲିକ୍

ତୁଳା:ଦିନଟି ଅନିଶ୍ଚିତତା ଭିତରେ ଗତି କରିବେ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବିଷମ ପରିସ୍ଥିତି ରହିବ। ବାଣିଜ୍ୟରେ ହାନି ହୋଇପାରେ।

ଶୁଭ ଅଙ୍କ-୮,ଶୁଭ ରଙ୍ଗ-କଳା

ବିଛା:କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ପ୍ରସିଦ୍ଧି ବଢିବ। ଶିଳ୍ପ ଓ ବାଣିଜ୍ୟରେ ପୁଞ୍ଜିନିବେଶ କରି ଚିନ୍ତାରେ ରହିବେ।

ଶୁଭ ଅଙ୍କ-୯,ଶୁଭ ରଙ୍ଗ-ଲାଲ୍

ଧନୁ:ଦିନଟି ସହଯୋଗ ପାଇ ଅଗ୍ରଗତି କରିବେ। ଆର୍ଥିକ ସ୍ବଚ୍ଛଳତା ରହିବ। ମହିଳାମାନେ ଉଦ୍‌ଯୋଗୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ।

ଶୁଭ ଅଙ୍କ-୧,ଶୁଭ ରଙ୍ଗ-ପିଙ୍କ୍

ମକର:ଶୃଙ୍ଖଳିତ ଧାରାରେ କର୍ମ କରି ସୁଫଳ ପାଇବେ। ଚାକିରୀରେ ସହକର୍ମୀଙ୍କ ସହଯୋଗ ମିଳିବ। ମହିଳାମାନେ ପ୍ରଶଂସିତ ହେବେ। ବାଣିଜ୍ୟରେ ଲାଭ ମିଳିବ।

ଶୁଭ ଅଙ୍କ-୩,ଶୁଭ ରଙ୍ଗ-କ୍ରିମ୍

କୁମ୍ଭ:କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ସାଂସାରିକ ଅର୍ଥଚିନ୍ତା ରହିବ। ରାଜନୀତିରେ ଲୋକପ୍ରିୟତା ହ୍ରାସ ଘଟିବ। ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ।

ଶୁଭ ଅଙ୍କ-୬,ଶୁଭ ରଙ୍ଗ-ସିଲଭର୍

ମୀନ:ନୂତନ ଯୋଜନା ଫଳପ୍ରସୂ ହେବ। ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ। ବାଣିଜ୍ୟରେ ପ୍ରସାର ହେବ।

ଶୁଭ ଅଙ୍କ-୨,ଶୁଭ ରଙ୍ଗ-ଧଳା

Leave A Reply

Your email address will not be published.