ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ପୋଷାକର ରଙ୍ଗ ଖାକି କାହିଁକି

ପ୍ରତ୍ୟେକ ଦେଶ ଏବଂ ରାଜ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍‌ ବ୍ୟବସ୍ଥା ରହିଛି। ସେହିପରି ପ୍ରତ୍ୟେକ ଦେଶର ପୁଲିସ୍‌ ପୋଷାକର ରଙ୍ଗ ମଧ୍ୟ ଅଲଗା। ଆମଦେଶରେ କୋଲକାତା ପୁଲିସ୍‌ର ପୋଷାକ ରଙ୍ଗ ଧଳା। ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର, ଓଡ଼ିଶା ଆଦି ଅନେକ ରାଜ୍ୟରେ ପୁଲିସ୍‌ ପୋଷାକର ରଙ୍ଗ ହେଉଛି ଖାକି। ତେବେ ଆମ ଦେଶରେ ପୁଲିସ ପୋଷାକର ରଙ୍ଗ ଖାକି ହେବାର ଏକ କାହାଣୀ ରହିଛି। ସ୍ବାଧୀନତା ପୂର୍ବରୁ ଇଂରେଜ ଶାସନ ସମୟରେ ପୁଲିସ୍‌ର ପୋଷାକର ରଙ୍ଗ ଧଳା ଥିଲା।

ତେବେ ସେହି ସମୟରେ ପୁଲିସ କର୍ମୀମାନଙ୍କୁ ବହୁ ସମୟ ଧରି ଡ୍ୟୁଟି କରିବାକୁ ପଡ଼େ। ଦୀର୍ଘ ସମୟ ଡ୍ୟୁଟି କରିବା କାରଣରୁ ଧଳା ପୋଷାକ ଶୀଘ୍ର ମଇଳା ହୋଇ ଯାଉଥିଲା। ଏହି କାରଣରୁ ପୋଲିସ୍‌ କର୍ମୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏଥିପାଇଁ ପୁଲିସ୍ କର୍ମୀମାନେ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବା ଆରମ୍ଭ କରିଦେଲେ। ଏଥିରେ ଉଚ୍ଚପଦସ୍ଥ କର୍ମଚାରୀମାନେ ବିରକ୍ତି ହୋଇ ପୁଲିସ୍‌ କର୍ମଚାରୀଙ୍କ ପୋଷାକରେ ଖାକି ରଙ୍ଗର ଡାଇ ପ୍ରୟୋଗ କଲେ। ଏହି ଖାକି ରଙ୍ଗର ପୋଲିସର ୟୁନିଫର୍ମ ଶୀଘ୍ର ଅପରିଷ୍କାର ହେଉ ନଥିଲା। ପୁଲିସ୍‌ କର୍ମଚାରୀମାନେ ଏହାକୁ ଦୀର୍ଘ ସମୟ ଧରି ପିନ୍ଧିପାରୁଥିଲେ। ଏହା ପରେ ୧୮୪୭ ମସିହାରେ, ସାର୍ ହ୍ୟାରି ଲମ୍‌ସଡେନ୍ ନାକ ଜଣେ ବ୍ରିଟିଶ ଭାରତୀୟ ସେନା ଅଧିକାରୀ ପୁଲିସ୍ ୟୁନିଫର୍ମର ରଙ୍ଗକୁ ଖାକି ରଙ୍ଗ କରିଦେଲେ। ଠିକ୍ ସେହି ଦିନଠାରୁ ପୁଲିସ୍ ୟୁନିଫର୍ମର ରଙ୍ଗ ଖାକି ରହିଆସିଛି।

Leave A Reply

Your email address will not be published.