ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହେବାପରେ ପୁଲିସ କମିଶନର ଓ କଟକ ଡିସିପିଙ୍କୁ ଡିଜିପିଙ୍କ ପ୍ରଂଶସା

ଭୁବନେଶ୍ବର : କଟକ ବଡମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟର ‌ସେକ୍‌ ହାଇଦର ତେଲେଙ୍ଗାନାରୁ ଗିରଫ ହୋଇଛି। ସେକ୍‌ ହାଇଦରକୁ ତେଲେଙ୍ଗାନା ପୁଲିସର ସହାୟତାରେ କମିଶନରେଟ୍‌ ପୁଲିସ ଗିରଫ କରିଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏସସିବିରୁ ଫେରାର୍ ହେବାର ମାତ୍ର ୫ ଦିନ ଭିତରେ  କମିଶନରେଟ୍‌ ପୁଲିସ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବା ପରେ ସାବାସୀ ଜଣାଇଛନ୍ତି ଡିଜିପି ଅଭୟ।


ପୁଲିସ ଡିଜିପି ଟ୍ବିଟ୍‌ କରି ଅପରେସନ୍‌ ହାଇଦରରେ ରହିଥିବା କମିଶନରେଟ୍‌ ପୁଲିସର ସମସ୍ତ କର୍ମଚାରୀଙ୍କୁ ସବାସୀ ଜଣାଇବା ସହ  ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ କଟକ ଡିସିପି ପ୍ରତୀକ ସିଂଙ୍କୁ ପ୍ରଶଂସା କରିଛନ୍ତି।

ଅନ୍ୟପଟେ ହାଇଦ୍ରାବାଦ ପୁଲିସ କମିସନର ଅଞ୍ଜନୀ କୁମାର କହିଛନ୍ତି ଓଡ଼ିଶା ପୁଲିସଠୁ ହାଇଦରର ଫଟୋ ସହ ଫେରାର ହୋଇଥିବା ଗାଡ଼ିର ବି ଫଟୋ ମିଳିଥିଲା, CCTV ସହାୟତାରେ ଆଜି ସକାଳେ ଗାଡ଼ି ଠାବ କରିଥିଲା ହାଇଦ୍ରାବାଦ ପୁଲିସ । ଏହପରେ ଓଡିଶା ପୁଲିସକୁ ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.