ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଜ ପାଇଁ ଆଜିଠୁ ଟ୍ବିନ ସିଟିରେ ପୁଲିସର ସ୍ପେଶାଲ ଡ୍ରାଇଭ: ଦୋକାନୀଙ୍କୁ ପୁଲିସ କମିଶନରଙ୍କ କଡ଼ା ଚେତାବନୀ, ଉଲଙ୍ଘନ କଲେ ଦୋକାନ ସିଲ ଶହ ଦୋକାନୀ ହେବେ ଗିରଫ

ଭୁବନେଶ୍ୱର: ଟ୍ବିନ ସିଟିରେ ରଜ ପାଇଁ କଟକଣାକୁ କଡ଼କଡ଼ି କରାଯାଇଛି। ନିୟମ ନମାନିଲେ ଦୃଢ଼ କାର୍ଯ୍ଯାନୁଷ୍ଠାନର ଚେତାବନୀ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ରଜ ପାଇଁ ଆଜିଠୁ ପୁଲିସର ସ୍ପେଶାଲ ଡ୍ରାଇଭ ଆରମ୍ଭ କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ କଟକଣା ଉଲ୍ଲଙ୍ଘନ କରି ଦୋକାନ ଖୋଲିଲେ ତାକୁ ସିଲ୍ କରାଯିବ।  ଆବଶ୍ୟକ ପଡ଼ିଲେ ଦୋକାନୀଙ୍କୁ ଗିରଫ କରାଯିବ ବୋଲି ପୁଲିସ କମିଶନର କହିଛନ୍ତି। କୋଭିଡ ନିୟମ ପାଳନ କରି ରଜ ପାଳନ କରିବାକୁ ସେ ଟ୍ବିନ ସିଟିବାସୀଙ୍କୁ ଅପିଲ କରିଛନ୍ତି ।

ସାବିତ୍ରୀ ବ୍ରତ ପାଇଁ ଲୋକମାନେ କୋଭିଡ ନିୟମ ଉଲଂଘନ କରିଥିବା ଦେଖାଯିବା ପରେ ପୁଲିସ କମିଶନରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ତେବେ ରଜ ପାଇଁ ଲୋକ ଯେମିତି କୋଭିଡ୍ ନିୟମକୁ ଉଲଙ୍ଘନ ନ କରନ୍ତି, ସେଥିପାଇଁ କମିଶନରେଟ ପୁଲିସ ଆଗୁଆ ସତର୍କ କରିଛି । ଯଦି କେହି କୋଭିଡ ନିୟମ ଉଲଙ୍ଘନ କରିବେ ତେବେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଏଥିପାଇଁ ଆଜି ସକାଳୁ ପୁଲିସ କମିଶନର ନିଜେ ଭିଡ଼ ଜମୁଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ।

Leave A Reply

Your email address will not be published.