ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

ଖଲ୍ଲିକୋଟ: ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ଖଲ୍ଲିକୋଟ ଥାନା ୧୬ ନଂ ଜାତୀୟ ରାଜପଥ ବଡ଼ଘାଟି ଠାରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବୁଧବାର ସକାଳେ ଏକ ମାଛ ବୋଝେଇ ଟ୍ରକ୍‌ (ଏପି୩୭ୱାଇ-୩୦୬୯) ଆନ୍ଧ୍ରପ୍ରଦେଶରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ହଠାତ ଟ୍ରକ୍‌ରେ କୌଣସି କାରଣରୁ ଡ୍ରାଇଭର କ୍ୟାବିନ୍‌ ଭିତରେ ନିଆଁ ଲାଗି ଯାଇଥିଲା । ନିଆଁକୁ ଦେଖି ଡ୍ରାଇଭର ବ୍ରେକ୍‌ ମାରିବା ପାଇଁ ବହୁ ଚେଷ୍ଟା କରିବା ସତ୍ୱେ ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ଟ୍ରକ ଡ୍ରାଇଭର ଏବଂ ହେଲ୍ପର ଦୁହେଁ ନିଜ ଜୀବନ ବଞ୍ଚାଇବା ପାଇଁ ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ । ଫଳରେ ଟ୍ରକ୍‌ଟି ଘାଟି ଉପରୁ ପାଖପାଖି ୨୦ପୁଟ ତଳକୁ ଗଡ଼ି ଗଡ଼ି ଯାଇ ଏକ ଗଛରେ ଲାଗି ଅଟକି ଯାଇଥିଲା । ଖବର ପାଇ ଖଲ୍ଲିକୋଟ ଥାନା ଏସ୍‌ଆଇ ଦେବାଶିଷ ମିଶ୍ର, ହାଇୱେ ପାଟ୍ରୋଲିଂ ଗାଡ଼ିର ପିଏସ୍‌ଓ ମୃତ୍ୟୁଞ୍ଜୟ ତ୍ରିପାଠୀ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖଲ୍ଲିକୋଟ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ନିଆଁରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବୋଝେଇ ହୋଇଥିବା ମାଛ ଗୁଡ଼ିକ ମଧ୍ୟ ପୋଡ଼ି ଯାଇଛି । ଡ୍ରାଇଭର ଶିବା ଓ ହେଲପର ନାଗରାଜୁ ସୁସ୍ଥ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.