ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଲା ପୁଲିସ: ୩ ବନ୍ଧୁକ ସହ ୨୩ ରାଉଣ୍ଡ ଗୁଳି ଜବତ, ୨ ଗିରଫ

ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ପୁଲିସ ୩ଟି ଚୋରା ଦେଶୀ ବନ୍ଧୁକ ସହ ୨୩ ରାଉଣ୍ଡ ଗୁଳି ଜବତ କରିଛି । ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ବୁଧବାର ଚଢ଼ିଆପଲୀ ଗ୍ରାମର ସ୍ୱର୍ଗତ ରାମଚନ୍ଦ୍ର ସାହୁଙ୍କ ପୁଅ ଉଲ୍ଲାସ ସାହୁ ବୟସ(୨୫) ଗାଁ ଛକରେ ବସ୍‌କୁ ଅପେକ୍ଷା କରିଥିଲେ । ଉଲ୍ଲାସ ସାହୁ ଦେଶୀ ଚୋରା ବନ୍ଧୁକ ଧରିଥିବା ଜଗନ୍ନାଥପ୍ରସାଦ ଥାନ ଏସ୍‌ଆଇ ସୁଶାନ୍ତ କୁମାର ପ୍ରଧାନ ଜାଣିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଏସ୍‌ଆଇ ଉଲ୍ଲାସ ସେଠାରେ ପହଞ୍ଚି ତଦନ୍ତ କଲା ପରେ ତାଙ୍କଠାରୁ ଏକ ଦେଶୀ ହାତ ତିଆରି ବନ୍ଧୁକ ଏବଂ ଧରିଥିବା କଳାରଙ୍ଗର ବ୍ୟାଗ୍‌ରୁ ୫ ରାଉଣ୍ଡ ଗୁଳି ମିଳିଥିଲା । ସଙ୍ଗେସଙ୍ଗେ ଏହି ଖବର ଥାନାଧିକାରୀ ଦିଲ୍ଲୀପ ସ୍ୱାଇଁଙ୍କୁ ଜଣାଇବା ପରେ ହାବିଲଦାର ଆପେୟା ପ୍ରଧାନ, କନେଷ୍ଟବଳ ନନ୍ଦକିଶୋର ମାରାଣ୍ଡି, ଉମାଶଙ୍କର ବେହେରା, ଓପିଏଫ୍‌ ଜଗନ୍ନାଥ ସବର ପହଞ୍ଚି ଉଲ୍ଲାସକୁ ଥାନାକୁ ନେଇଥିଲେ ।

ପଚରାଉଚରା ପରେ ସେ ଏକ ଘରିଆ ସ୍ଥିତ ଶତ୍ରୁଘନ ନାୟକଠାରୁ ୧୦ ହଜାର ଟଙ୍କାରେ କିଣିଥିବା କହିଥିଲେ । ପୁଲିସ ଟିମ ଯାଇ ଏକ ଘରିଆ ସ୍ଥିତ ଶତ୍ରୁଘନ ନାୟକଙ୍କ ଘରେ ଚଢ଼ଉ କରିବାରୁ ଏକ ସିଙ୍ଗଲ ସଟ ରାଇଫଲ୍‌, ଏକ ସିଙ୍ଗଲ ସଟ୍‌ ପିସ୍ତଲ ଏବଂ ୧୮ରାଉଣ୍ଡ ଗୁଳି ତାଙ୍କ ପାଖରୁ ଜବତ ହୋଇଥିଲା । ଜବତ ହୋଇଥିବା ବନ୍ଧୁକର କାଗଜପତ୍ର ମାଗିବାରୁ ତାଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ଦେଇପାରିନଥିଲେ । ତେବେ ଏହି ଘଟଣାରେ ପୁଲିସ ୧୯୪/୨୨ରେ ଏକ ମାମଲା ରୁଜୁକରି ଉଲ୍ଲାସ ସାହୁ ଓ ଶତ୍ରୁଘନ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ଦିଲ୍ଲୀପ ସ୍ୱାଇଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.