ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ କିପରି ହୋଇଥିଲା କ୍ୟାଲେଣ୍ଡରର ସୃଷ୍ଟି

ଏବକା ସମୟରେ ମଣିଷ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି କ୍ୟାଲେଣ୍ଡର। କେଉଁ ଦିନ କେଉଁ କାର୍ଯ୍ୟ କରାଯିବ ତାହାକୁ ପୂର୍ବରୁ କ୍ୟାଲେଣ୍ଡର ମାଧ୍ୟମରେ ନିର୍ଦ୍ଧାରଣ କରାଯିବା ସହ ସେହି ଅନୁସାରେ ସେସବୁ ପରିଚାଳିତ କରାଯାଉଛି। ତେବେ ପୂର୍ବରୁ କ୍ୟାଲେଣ୍ଡର କୃଷି କାର୍ଯ୍ୟ ପାଇଁ ଗୁରୁତ୍ବ ବହନ କରୁଥିଲା। କୃଷି କାର୍ଯ୍ୟ ପରିଚାଳନା ପାଇଁ ପ୍ରାଚୀନ ମିଶରର ରାଜାମାନେ ପ୍ରଥମେ ତିଆରି କରିଥିଲେ କ୍ୟାଲେଣ୍ଡର। ଅବଶ୍ୟ ମିଶରବାସୀଙ୍କ ଦ୍ବାରା ତିଆରି କରାଯାଇଥିବା କ୍ୟାଲେଣ୍ଡର ପ୍ରଥମ କ୍ୟାଲେଣ୍ଡର କହିଲେ ଭୁଲ୍‌ ହେବ ନାହିଁ। ଏହା ହିଁ ମିଶରର କୃଷକଙ୍କ ଜୀବନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। କ୍ୟାଲେଣ୍ଡର ଉପରେ ସେମାନଙ୍କ ଜୀବନ ଓ ଜୀବିକା ଥିଲା ସମ୍ପୂର୍ଣ୍ଣ ନିର୍ଭରଶୀଳ।

ମିଶରକୁ ନୀଳନଦୀର ଦାନ କୁହାଯାଏ। ପ୍ରତିବର୍ଷ ନୀଳ ନଦୀରେ ଦେଖା ଦେଇଥାଏ ବନ୍ୟା। ଆଉ ତାହାକୁ ଜାଣିବା ଦିଗରେ କୃଷକଙ୍କୁ ସାହାଯ୍ୟ କରୁଥିଲା ଏହି କ୍ୟାଲେଣ୍ଡର। କେବଳ ସେତିକି ନୁହେଁ, ଜଳସ୍ତର କମିବା ତଥା ଠିକ୍‌ ସମୟରେ ଜମିରେ ଜଳସେଚନ କରିବା ଦିଗରେ କ୍ୟାଲେଣ୍ଡର ହିଁ ସେତେବେଳେ ସହାୟକ ହେଉଥିଲା। ଫଳରେ ସେମାନଙ୍କ କୃଷିକାର୍ଯ୍ୟ ପ୍ରଭାବିତ ହେଉ ନଥିଲା। ଏପରିକି ଅନାହାରର ଶିକାର ହେବାକୁ ପଡ଼ୁ ନ ଥିଲା।

ସେହି ସମୟରେ କ୍ୟାଲେଣ୍ଡରରେ ଥିଲା ୧୨ ମାସ। ପ୍ରତି ମାସରେ ଥିଲା ୩୦ ଦିନ। ସେହିପରି ବର୍ଷ ଶେଷରେ ଅତିରିକ୍ତ ପାଞ୍ଚଦିନକୁ ଅନ୍ତର୍ଭୁକ୍ତ କରାଯିବାରୁ ଏହା ୩୬୫ ଦିନରେ ପରିଣତ ହେଉଥିଲା। ବଳକା ୫ ଦିନକୁ ମିଶରବାସୀ ଅଶୁଭ ଭାବୁଥିଲେ। ଅନ୍ୟପଟେ ଅଧିବର୍ଷ ପରିକଳ୍ପନା ମଧ୍ୟ ପ୍ରାଚୀନ ମିଶରରୁ ଆସିଛି। ଯେଉଁଥିପାଇଁ ପ୍ରତ୍ୟେକ ଚାରିବର୍ଷରେ ଅତିରିକ୍ତ ଗୋଟିଏ ଦିନକୁ ଅନ୍ତର୍ଭୁକ୍ତ କରାଯାଉଥିଲା।

Leave A Reply

Your email address will not be published.