ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆର୍ଥିକ ଅନିୟମିତତା ଓ କାର୍ଯ୍ୟରେ ଅବହେଳା : ବରପାଲି ଏନ୍‍ଏସିର ଦୁଇ ଅଧିକାରୀଙ୍କୁ ‘୫-ଟି’ ଛାଟ

ଭୁବନେଶ୍ୱର : ଆର୍ଥିକ ଅନିୟମିତତା ଓ କାର୍ଯ୍ୟରେ ଅବହେଳା ଦୁଇ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଣଙ୍କୁ ଚାକିରିରୁ ନିଲମ୍ବିତ କରାଯାଇ ଥିବା ବେଳେ ଅନ୍ୟ ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ରାଜ୍ୟ ସରକାରଙ୍କ ‘୫-ଟି’ ଉପକ୍ରମ ଅନୁସାରେ ଦୁଇ ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବରପାଲି ଏନ୍‍ଏସିରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଶିବଶଙ୍କର ଗିରିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସେହିପରି ବରପାଲି ଏନ୍‍ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେରଙ୍କୁ ବ୍ରହ୍ମପୁର ମହାନଗର ନିଗମକୁ ବଦଳି କରାଯାଇଛି। ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି

ଯେ କନିଷ୍ଠ ଯନ୍ତ୍ରୀ ଶ୍ରୀ ଗିରିଙ୍କ ବିରୋଧରେ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଘଂନ, ଖରାପ ପ୍ରଦର୍ଶନ, କାର୍ଯ୍ୟରେ ଗୁରୁତର ଅବହେଳା ଆଦି ନେଇ ଅଭିଯୋଗ ରହିଥିଲା। ତେଣୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଉଛି। ଏହି ସମୟରେ ସେ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ଅଧୀନରେ ରହିବେ ଏବଂ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ।

Leave A Reply

Your email address will not be published.