ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୭ ବର୍ଷ ପରେ ଆସିବ ‘ନୋ ଏଣ୍ଟ୍ରି’ର ସିକ୍ବେଲ

୧୭ ବର୍ଷ ପରେ ‘ନୋ ଏଣ୍ଟ୍ରି’ର ସିକ୍ବେଲ ନିର୍ମାଣ ହେବାକୁ ଯାଉଛି। ଅନିସ୍‌ ବଜ୍‌ମି ‘ଭୁଲ୍‌ ଭୁଲୈୟା -୨’ ପରେ ଏବେ ‘ନୋ ଏଣ୍ଟ୍ରି’ର ସିକ୍ବେଲ ନିର୍ମାଣ କରିବେ। ଏଥିରେ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌ ହିରୋ ଭାବେ ଅଭିନୟ କରିବେ। ଫିଲ୍ମର ନାମ ରଖାଯାଇଛି ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’। ୨୦୦୫ରେ ‘ନୋ ଏଣ୍ଟ୍ରି’ ଫିଲ୍ମ ଆସିଥିଲା। ୧୭ ବର୍ଷ ପରେ ଏହାର ସିକ୍ବେଲ୍‌ ଆସିବ। ଏଥିରେ ସଲମାନ୍‌ଙ୍କ ସହ ଅନୀଲ କପୁର ଓ ଫରଦିନ୍‌ ଖାନ୍‌ ମଧ୍ୟ ନଜର ଆସିବେ। ଏହି ଦୁଇ ଅଭିନେତା ମୂଳ ଫିଲ୍ମରେ ଥିଲେ।

ନିକଟରେ ଅନିସ୍‌ ସଲମାନ୍‌ଙ୍କୁ ଫିଲ୍ମର କାହାଣୀ ଶୁଣାଇଥିଲେ। ସଲମାନ୍‌ଙ୍କୁ କାହାଣୀ ପସନ୍ଦ ଆସିବାରୁ ସେ କାମ କରିବା ପାଇଁ ରାଜି ହୋଇଯାଇଥିଲେ। ‘ନୋ ଏଣ୍ଟ୍ରି’ ଭଳି ଏହାର ସିକ୍ବେଲରେ ମଧ୍ୟ ଅନିସ୍‌ ନିର୍ଦ୍ଦେଶନା ଦେବା ସହ ଏହାର କାହାଣୀ ଲେଖିବେ। ‘ନୋ ଏଣ୍ଟ୍ରି’ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ କରିଥିଲା। ଏହା ସେହି ବର୍ଷ ସବୁଠୁ ଅଧିକ ଆୟ କରିଥିବା କମେଡ଼ି ଫିଲ୍ମ ଥିଲା। ‘ସିକ୍ବେଲ୍‌ରେ ସଲମାନ୍‌ ଡବଲ୍‌ ରୋଲ୍‌ରେ ଅଭିନୟ କରିବା ସହିତ ମୂଳ ଫିଲ୍ମ ଅପେକ୍ଷା ଏଥିରେ ଆହୁରି ଅଧିକ କମେଡି ଦେଖିବାକୁ ମିଳିବ’ ବୋଲି ଅନିସ୍‌ କହିଛନ୍ତି।

Leave A Reply

Your email address will not be published.