ସତସଙ୍ଗ ଚାଲୁଥିଲା ବେଳେ ଲୁଟ କରୁଥିଲେ ମହିଳା ଗ୍ୟାଙ୍ଗ: ୪ ଗିରଫ, ୩ ସୁନା ଚେନ ଜବତ

ଭୁବନେଶ୍ବର: ସତସଙ୍ଗ ଚାଲୁଥିଲା ବେଳେ ହାତସଫେଇ କରୁଥିଲେ ମହିଳା । ତମାଣ୍ଡୋ ଖେଳପଡ଼ିଆରେ ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମରେ ଲୁଟ କରୁଥିଲେ ଏକ ମହିଳା ଗ୍ୟାଙ୍ଗ। ପୁରା ଗ୍ୟାଙ୍ଗକୁ କାବୁ କରି ପୁଲିସ ହେପାଜତରେ ଦେଇଛନ୍ତି ସ୍ଥାନୀୟଲୋକେ । ଏହି ଲୁଟରେ ସାମିଲ ଥିବା ୪ ଲୁଟେରା ମହିଳା ଗିରଫ ହେବା ସହ ସେମାନଙ୍କ ଠାରୁ ୩ ସୁନା ଚେନ ଜବତ କରାଯାଇଛି। ୩ ମହିଳା ଲୁଟେରାଙ୍କ ଘର ଜଟଣୀ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘର ପୁରୀ ବୋଲି ଜଣାପଡ଼ିିଛି। ଏମାନଙ୍କ ନାମରେ ପୂର୍ବରୁ ଅପରାଧୀକ ମାମଲା ରହିଛି ।