ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ହେଲା ଅଭିଯୁକ୍ତ ଗୋପାଳ

କଟକ: ବଦଳିଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ଠିକଣା। ଝାରସୁଗୁଡ଼ାରୁ ଚୌଦ୍ବାର ସର୍କଲ ଜେଲକୁ ଆସିଲା ଗୋପାଳ। କଡ଼ା ସୁରକ୍ଷାରେ ବରିଷ୍ଠ ପୋଲିସ ଅଧିକାରୀ ଓ OSAP ଚତୁର୍ଥ ବାଟାଲିଅନ ଯବାନ ଗୋପାଳକୁ ଚୌଦ୍ବାର ସର୍କଲ ଜେଲକୁ ଆଣିଛନ୍ତି। ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଦିଆଯାଇଛି। ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ। ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ଘଣ୍ଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର ରଖାଯାଇଛି ।

ପରବର୍ତ୍ତି ସମୟରେ ଜେଲ୍ ମାନୁଆଲ ଅନୁସାରେ ତାର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ଯଦି ତାକୁ କେହି ଦେଖା କରିବାକୁ ଚାହିଁବେ ନିୟମ ଅନୁଯାୟୀ ଦେଖା କରିପାରିବେ । ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରକୁ ସ୍ଥାନାନ୍ତର କରାଯାଇଛି। ୩ଟି ପର୍ଯ୍ଯାୟ ରିମାଣ୍ଡରେ ଆଣି ଗୋପାଳ ଠାରୁ ହତ୍ୟାର କାରଣ ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । କୁହାଯାଉଛି ସବୁ ପ୍ରକାର ପ୍ରମାଣ ପାଇ ସାରିଛି ତଦନ୍ତକାରୀ ଟିମ୍। ଅଭିଯୁକ୍ତର ଲଭିଏ ସହିତ ନାର୍କୋ, ପଲିଗ୍ରାଫ ଟେଷ୍ଟ କରାଯାଇଛି। ୧୬୪ଧାରା ଅନୁସାରେ ଅଭିଯୁକ୍ତର ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ।

Leave A Reply

Your email address will not be published.