ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଗିରୁ ଅଲଗା ହୋଇ ଦେବ ନଦୀକୁ ଖସିଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡ଼ିଶା -ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଟ୍ରେନ୍‌କୁ ଭୁଲ ସିଗ୍‌ନାଲ ମିଳିବା ଯୋଗୁ ଏହି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଟ୍ରେନ୍‌ର ଇଞ୍ଜିନ୍‌ ଦେବ ନଦୀକୁ ଖସି ପଡ଼ିଥିବା ବେଳେ ବଗିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବୁଧବାର ରାତି ପ୍ରାୟ ୮ଟା ୨୦ରେ ଟ୍ରେନ୍ ଲାଇନଚ୍ୟୁତ୍ ହୋଇ ଦେବ ନଦୀକୁ ଢ଼ଳି ପଡ଼ିଥିଲା । ତେବେ ଟ୍ରେନର ଗତି କମ୍ ଥିବାରୁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି ।

ଏହି ଘଟଣା ପରେ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କିଛି ହୋଇନଥିବା ସୂଚନା ମିଳିଛି । ରିପୋର୍ଟ ଲେଖା ହେବା ସୁଦ୍ଧା ସେଠାରେ ତହନ୍ତ ଜାରି ରଖିଛନ୍ତି ରେଳବାଇ ବରିଷ୍ଠ ଅଧିକାରୀ ।

Leave A Reply

Your email address will not be published.