ଆଜିର ରାଶିଫଳ ( ୨୦-୦୫-୨୦୨୧)

ମେଷ: ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଚାକିରିରେ ସହଯୋଗ ପାଇବେ । ମହିଳାମାନେ ପରିଶ୍ରମୀ ହେବେ । ପ୍ରଶାସନିକ ଦାୟିତ୍ବବୋଧ ରହିବ। ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ

ବୃଷ: କାର୍ଯ୍ୟ ବିଳମ୍ବ ଓ ମନସ୍ତାପ ଭିତରେ କଟିବ। ଚାକିରିରେ ଚାପ ରହିବ। ମହିଳାମାନେ ଚିନ୍ତାରେ ରହିବେ | ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

ଏଥିସହିତ ପଢ଼ନ୍ତୁ

ମିଥୁନ: ଦୃଢ ମନୋବଳ ଓ କାର୍ଯ୍ୟ ସଫଳ ହେବ। ଚାକିରିରେ ଦକ୍ଷ ପ୍ରତିପାଦିତ ହେବେ। ମହିଳାମାନେ ଆଦର ସମ୍ମାନ ପାଇବେ। ବାଣିଜ୍ୟରେ ଉନ୍ନତି ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର୍

କର୍କଟ: କୌଣସି ଆର୍ଥିକ ବିଷୟକୁ ନେଇ ଉତ୍ତେଜନାରେ ରହିବେ । ଚାକିରିରେ କାର୍ଯ୍ୟ ବହୁଳ ରହିବ। ଶିଳ୍ପ, ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

ସିଂହ: ଦିନଟି ହର୍ମୋଲ୍ଲାସ ଭିତରେ କଟିବ | ରାଜନୀତିରେ ପ୍ରସିଦ୍ଧି ବଢିବ। | ମହିଳାମାନେ ଖୁସିରେ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍

କନ୍ୟା: କର୍ମକ୍ଷେତ୍ରରେ ଠକାମିରେ ପଡିପାରନ୍ତି। ସାଂସାରିକ ଅଭାବ ଅସୁବିଧା ରହିବ | ରାଜନୀତିରେ ବାଧାବିଘ୍ନ ରହିବ । ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ-ସବୁଜ

ତୁଳା: ସ୍ବପ୍ନ ସାକାର ହେବ। ସାଂସାରିକ ସମୃଦ୍ଧି ପ୍ରାପ୍ତି ହୋଇପାରେ। ପ୍ରଶାସନିକ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ପରିସର ବୃଦ୍ଧି ପାଇବ | ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ଧଳା

ବିଛା: କୌଣସି ବଡଧରଣର ସଫଳତା ପାଇପାରନ୍ତି । ସାଂସାରିକ ଉନ୍ନତି ହେବ। ଚାକିରିରେ ସମ୍ମାନ ବଢିବ। ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲଭର

ଧନୁ: କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତି ହେବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। ବାଣିଜ୍ୟରେ ଶୁଭ ହେବ | ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍

ମକର: ଦିନଟିରେ ବାଧାବିଘ୍ନ ଭିତରେ ଗତି କରିବେ । ମହିଳାମାନେ ହତୋତ୍ସାହ ହେବେ । ରାଜନୀତିରେ ସମସ୍ୟା ଘେରରେ ରହିବେ । ବାଣିଜ୍ୟରେ ହାନି ହୋଇପାରେ | ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା

କୁମ୍ଭ: ଦିନଟି ଆମୋଦପ୍ରମୋଦ ଭିତରେ କଟିବ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ରହିବେ। ବାଣିଜ୍ୟରେ ସମୃଦ୍ଧି ହେବ। ଶୁଭ ଅଙ୍କ – ୬, ଶୁଭ ରଙ୍ଗ-ସିଲଭର୍

ମୀନ: କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇବେ। ମହିଳାମାନେ କର୍ମତତ୍ପର ରହିବେ । ପରିବହନ ଓ ବାଣିଜ୍ୟ ସଫଳ କର୍ମତତ୍ପର ଦାୟକ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍

Leave a comment