ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୬୧ ବିଶ୍ୱବିଦ୍ୟାଳୟରେ ପଢ଼ିପାରିବେ ସିୟୁଇଟି-ୟୁଜି ପରୀକ୍ଷାର୍ଥୀ, ମେ’ ୧୫ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଚଳିତ ବର୍ଷ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି-ୟୁଜି) ମାଧ୍ୟମରେ ୨୬୧ଟି ବିଶ୍ୱବିଦ୍ୟାଳୟରେ ସ୍ନାତକ ପଢ଼଼ିବା ପାଇଁ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ୨୦୨୨ ମସିହାରେ ପରୀକ୍ଷା ଆରମ୍ଭ ହେବାଠାରୁ ଏହା ସର୍ବକାଳୀନ ରେକର୍ଡ। ୨୦୨୨ରେ ମାତ୍ର ୯୦ଟି ବିଶ୍ୱବିଦ୍ୟାଳୟ ଏହି ପରୀକ୍ଷା ମାଧ୍ୟମରେ ନାମଲେଖାଉଥିଲେ। ୨୦୨୩ରେ ୨୫୦ଟି ଓ ଚଳିତ ବର୍ଷ ଅଧିକ ୧୧ଟି ବିଶ୍ୱବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି। ସମସ୍ତ ୪୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଶହେରୁ ଅଧିକ ଘରୋଇ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ସୁଯୋଗ ପାଇବେ। ଦେଶର ସମସ୍ତ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟକୁ ସାମିଲ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଲକ୍ଷ୍ୟ ରଖିଛି। ଏହାଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ନାମଲେଖା ପାଇଁ ସମାନ ସୁଯୋଗ ପାଇପାରିବେ। ଚଳିତ ବର୍ଷ ଉଭୟ ଅନ୍‌‌ଲାଇନ୍‌‌ ଓ ଅଫ୍‌‌ଲାଇନ୍‌‌ରେ ମେ ୧୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଦିନକୁ ୩ଟି ସିଫ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଚଳିତ ମାସ ୩୦ ତାରିଖରେ ପରୀକ୍ଷା କେନ୍ଦ୍ର ସହରର ନାମ ଓ ମେ ଦ୍ୱିତୀୟ ସପ୍ତାହରେ ଆର୍ଡମିଟ୍‌‌ କାର୍ଡ ପ୍ରକାଶ ପାଇବ। ଜୁନ୍‌‌ ୩୦ ତାରିଖରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ ୟୁଜିସି ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.