ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ଯନ୍ତ୍ରୀ ରବି ନାରାୟଣ ପୃଷ୍ଟି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ହେଉଛନ୍ତି ରବି ନାରାୟଣ । ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଓ କଳାଧନ ଠୁଳ କରି ରଖିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଅଭିଯାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱରର ୬ଟି ସ୍ଥାନ ସହିତ ଓ ପୈତୃକ ଗାଁ ଗଂଜାମର ନୂଆପଡ଼ାରେ ଚଢ଼ାଉ ହୋଇଛି । ପଟିଆ କାଲଭିକ୍ କିଙ୍ଗ ପ୍ୟାଲେସ ଫ୍ଲାଟ ସହିତ ଜାଗମରା ଜଗମୋହନନଗର ଗଜପତି ପ୍ୟାଲେସ, ଖଣ୍ଡଗିରି ସ୍ଥିତ ବାରଭୁଜା ମାର୍କେଟ କମ୍ପ୍ଲେକ୍ସ ଓ ନୟାପଲ୍ଲୀ ଶ୍ରୀରାମବିହାର ସ୍ଥିତ ସଂପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉରେ ୮ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ଅନ୍ୟ ଷ୍ଟାଫ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.