ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଇ ବର୍ଷ ପରେ ଫେବୃଆରୀ ୧୪ରୁ ଖୋଲିବ କେଜିରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ସହ ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଆସନ୍ତା ୭ ତାରିଖ ଅର୍ଥାତ ସୋମବାରରୁ ଅଷ୍ଟମ ଶ୍ରେଣୀ ଉପରକୁ ସମସ୍ତ ଶ୍ରେଣୀର ପାଠ ପଢା ସ୍କୁଲରେ ଆରମ୍ଭ ହେବ। ଏଥି ସହିତ ୭ ତାରିଖରୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ,ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ। ଏଥି ସହିତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସମେତ ସବୁ ପ୍ରଫେସନାଲ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ହଷ୍ଟେଲ ଖୋଲାଯିବ। ଏନେଇ ପ୍ରେସବାର୍ତ୍ତାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ  ସୂଚନା ଦେଇଛନ୍ତି।

ଅନ୍ୟପଟେ ପ୍ରାୟ ଦୁଇ ବର୍ଷ ପରେ ସ୍କୁଲକୁ ଯିବେ କେଜିରୁ ସପ୍ତମ ଶ୍ରେଣୀ ପିଲା । ଆସନ୍ତା ଫେବୃଆରୀ ୧୪ରୁ ଖୋଲିବ କେଜିରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସ୍କୁଲ। ରାଜ୍ୟରେ ୨ବର୍ଷ ଧରି କୋଭିଡ୍ ପରିସ୍ଥିତି ଯୋଗୁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କୋଭିଡର ୩ଟି ଲହରୀ ଯୋଗୁ ପିଲାମାନେ ଦୁଇବର୍ଷ ହେଲା ସ୍କୁଲ ଯାଇପାରୁନାହାନ୍ତି। ଅନ୍ୟପଟେ ଓମିକ୍ରନ ଲହରୀ ଯୋଗୁ ଗତ ଏକମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଏବେ ତୃତୀୟ ପର୍ଯ୍ୟାୟ ପିକରେ ପହଚିଂ ସାରିଥିବା ତଥା ଏହାର ସଂକ୍ରମଣ କମ୍ ଥିବାରୁ ସରକାର ଏବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ପାଠପଢ଼ା ଅନଲାଇନ, ଅଫଲାଇନ୍ ଓ ହାଇବ୍ରିଡ୍ ମାଧ୍ୟମରେ ହୋଇପାରିବ । ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିବା ବିଭାଗଗୁଡ଼ିକ ସ୍ୱତନ୍ତ୍ର ଭାବେ ନିଜ ନିଜର ଗାଇଡଲାଇନ୍ ଜାରି କରିବେ ।

ଏହାସହ କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ ପରୀକ୍ଷା ମଧ୍ୟ ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରରେ ହେବ । ସେହିପରି ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ । ପାଠ ପଢାରେ ହୋଇଥିବା କ୍ଷତିକୁ ଭରଣା ପାଇଁ ହେବ ଅତିରିକ୍ତ କ୍ଲାସ । ଦରକାର ପଡିଲେ ଖରାଛୁଟି ଅବଧି କମାଯାଇ ପାଠପଢାଯିବ ।

Leave A Reply

Your email address will not be published.