ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦଳମତ ନିର୍ବିଶେଷରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ପୁଣି ଥରେ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦଳମତ ନିର୍ବିଶେଷରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୁଣି ଅପିଲ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନିଜେ ନରସିଂହଙ୍କ ସହିତ ଫୋନରେ କଥା ହୋଇଛନ୍ତି । କଂଗ୍ରେସ ବିଧାୟକ ଓ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି । ଏଥିପାଇଁ ନବୀନଙ୍କ ନିର୍ଦ୍ଦେଶରେ ଆଲୋଚନା କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

ଏହାସହ କଂଗ୍ରେସ ବିଧାୟକ, ବଣାଇ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ବୁଝାଇବାକୁ ନବୀନ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ପିସିସି ସଭାପତିଙ୍କୁ ବି ବୁଝାଇବା ପାଇଁ ନବୀନ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି । ଓଡିଶା କଂଗ୍ରେସର ୯ ବିଧାୟକ ଦ୍ରୌପଦୀଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅପିଲ ।

ଏହା ପୂର୍ବରୁ ରାୟଗଡାର ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଆଶ୍ୱାସନା ଦେଇଛନ୍ତି ମକରନ୍ଦ ।

Leave A Reply

Your email address will not be published.