ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିଲ୍ଲୀରେ ପୁଣି ଉଠିଲା ‘ଆବାସ’ ଯୋଜନାରେ ଓଡ଼ିଶାକୁ ଘର ଦାବି: ପିଏମଏୱାଇରେ ଗୃହ ଯୋଗାଇଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଉଠିଲା ‘ଆବାସ’ ଯୋଜନାରେ ଓଡ଼ିଶାକୁ ଘର ଦାବି। ଏ ନେଇ ଆଜି ବିଜେଡି ସାଂସଦମାନେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ବାସହରାଙ୍କୁ ଖୁବ ଶୀଘ୍ର ଘର ଦିଆଯାଉ ବୋଲି ଦାବି କରିଛି ବିଜେଡି। ଫୋନି ବାତ୍ୟାରେ ୧ ଲକ୍ଷ ୮୪ ହଜାର ପରିବାର ଘର ହରାଇଥିଲେ । ୨୦୧୯ରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ଫୋନି ପ୍ରଭାବିତ ୫ ଲକ୍ଷ ଲୋକଙ୍କୁ ପିଏମଏୱାଇରେ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେସୁଦ୍ଧା ୧ ଦଶମିକ ୮୪ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯାଇନାହିଁ । ଆହୁରି ମଧ୍ୟ କିଛି ପରିବାରଙ୍କୁ ଅଜାଣତରେ ସାମିଲ କରାଯାଇପାରିନାହିଁ । ରାଜ୍ୟ ସରକାରଙ୍କ ଦ୍ୱାରା ଆରଏଚ ପୋର୍ଟାଲ ସର୍ଭେ ବେଳେ ଏହା ଜଣାପଡିଛି।

ସେହିପରି ଅଣଫନି ପ୍ରଭାବିତ ୧୬ ଜିଲ୍ଲାର ୫.୦୯ ଲକ୍ଷ ଯୋଗ୍ୟ ପରିବାରକୁ ମଧ୍ୟ ଚିହ୍ନଟ କରାଯାଇଥିଲା । ଏମାନେ ଆଦିବାସୀ ବହୁଳ ପଶ୍ଚିମ ଓଡ଼ିଶା, ଅନୁସୂଚିତ ଅଞ୍ଚଳ ଓ କେବିକେ ଅଞ୍ଚଳର । ତେଣୁ ଏବେ ଆବାସ ପ୍ଲସ ପୋର୍ଟାଲ ମାସକ ପାଇଁ ଖୋଲିଲେ ବଳକା ପରିବାରଙ୍କ ଡାଟା ଏଥିରେ ଯୋଡା ଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି କହିଛି । ଅଣପ୍ରଭାବିତ ଅଞ୍ଚଳର ଗରିବଗୁରୁବାଙ୍କୁ ଘର ଯୋଗାଇ ଦେବା ସମ୍ବିଧାନରେ ଉଲ୍ଲେଖ ରହିଛି । ତେଣୁ ବାକି ପରିବାରକୁ ଘର ଶୀଘ୍ର ଯୋଗାଇ ଦେବାକୁ ଦାବିରେ କହିଛି ବିଜେଡି । ଆବାସ ଯୋଜନାରେ ଗରିବଙ୍କୁ ଘର ଦେବାକୁ ଗତ ୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ । ତେବେ ଏନେଇ ଆଲୋଚନା ସହ ସମାଧାନର ବାଟ ବାହାର କରିବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, ଆବାସ ଯୋଜନା ନେଇ ପୂର୍ବରୁ ପ୍ରଧାନମନ୍ତ୍ରୀକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫୋନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଘରକୁ ନେଇ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ୧.୮୪ ଲକ୍ଷ ଘର ପ୍ରଭାବିତ ହୋଇଛି । ଏହା ସହିତ ଫୋନି ଦ୍ୱାରା ପ୍ରଭାବିତ ହୋଇନଥିବା କେବିକେ ଅଞ୍ଚଳରେ ମଧ୍ୟ ୧୩ ଲକ୍ଷ ଘରର ଆବଶ୍ୟକତା ରହିଥିବା ଚିଠିରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଫୋନି ବାତ୍ୟା ପାଇଁ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏପର୍ୟ୍ୟନ୍ତ ସେମାନଙ୍କୁ ଘର ଖଣ୍ଡିଏ ମିଳିପାରିନାହିଁ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ତୁରନ୍ତ ଘର ଯୋଗାଇ ଦିଆଯାଉ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ୨୦୧୯ ମାର୍ଚ୍ଚ ୭ ସୁଦ୍ଧା ରାଜ୍ୟ ସରକାର ଆବାସ ପ୍ଲସ ମାଧ୍ୟମରେ ୩୫ ହଜାର ପରିବାରକୁ ଚିହ୍ନଟ କରିଥିଲେ।

Leave A Reply

Your email address will not be published.