ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
BJD 166×600

ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ଼, ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ନୟାଗଡ଼: ନୟାଗଡ଼ରେ ଲେଖାହେଲା ବିକାଶର ନୂଆ କାହାଣୀ । ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାର ୭ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ । ଏହା ସହ ଜିଲ୍ଲାବାସୀଙ୍କ ପାଇଁ ବିକାଶର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Article Bottom (Mobile Only)

ଜିଲ୍ଲାରେ ହଜାରେ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୮୫କୋଟି ୩୫ଲକ୍ଷ ଟଙ୍କାରେ ୧୫୧ଟି ପ୍ରକଳ୍ପର ଉଦଘାଟନ କରିବେ ନବୀନ । ଏହା ସହିତ ୯୦୯ କୋଟି ୧୮ଲକ୍ଷ ଟଙ୍କାରେ ୧୦୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । କାର୍ୟ୍ୟକ୍ରମରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପସ୍ଥିତ ଥିଲେ ।

ସେହିଭଳି ବିଏସ୍‌କେଓ୍ୱାଇରେ ଯୋଡ଼ିହେବ ଜଗତସିଂହପୁର ଜିଲ୍ଲା । ଜିଲ୍ଲାରେ ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୫ଟାରେ ଭର୍ଚୁଆଲରେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟ ବିପ୍ଳବରେ ସାମିଲ କରିବେ ମୁଖ୍ୟମନ୍ତ୍ରୀ । ସ୍ମାର୍ଟକାର୍ଡ ଦ୍ୱାରା ଜିଲ୍ଲାରେ ୨ ଲକ୍ଷ ୩୮ ହଜାର ୬୧୪ ପରିବାରର ୮ ଲକ୍ଷ ୭୭ ହଜାର ୬୦ଜଣ ହିତାଧିକାରୀ ଉପକୃତ ହେବେ । ଏହା ଛାଡ଼ି ଜିଲ୍ଲାର ବିକାଶ ପାଇଁ ଖୋଲିବ ଅନୁଦାନ ପେଡ଼ି । ୨୧୪ଟି ପ୍ରକଳ୍ପର ଶିଳାନ୍ୟାସ ସହ ୧୪୮ ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.