ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ବିଜେପି ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିର ୭ ଜଣିଆ ପ୍ରତିନିଧି ଦଳ । ଦଳ ଅଭିଯୋଗ କରିଛି, ଧାମନଗର ଉପନିର୍ବାଚନରେ ଭୋଟ ହାତେଇବା ପାଇଁ ବିଜେପି ବେଆଇନ ଭାବେ କାର୍ଯ୍ୟ କରୁଛି । ଟଙ୍କା ବାଣ୍ଟିବା ସହ ଭୋଟରଙ୍କୁ ପ୍ରଲୋଭିତ କରୁଛି । ଉପନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ଏହାର ତଥ୍ୟ ଓ ପ୍ରମାଣ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଛି ବିଜେଡି ପ୍ରତିନିଧି ଦଳ । ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସିଇଓଙ୍କୁ ଅନୁରୋଧ କରିଛି ବିଜେଡି । ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ବିଜେପି ଏଭଳି କାର୍ଯ୍ୟ କରିଆସୁଥିଲା । ଏବେ ପୁଣି ଥରେ ଧାମନଗର ଉପନିର୍ବାଚନରେ ଏହା ଦୋହରାଇଛି ।

Leave A Reply

Your email address will not be published.