ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର TPSODL ର ଜେନେରାଲ ମ୍ୟାନେଜର, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବାସଭବନ ଏବଂ ଅଫିସ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ତିନି ମହଲା କୋଠା, ଆଙ୍କୁଲି ଶଶିଭୂଷଣ ନଗର ତୃତୀୟ ଲେନରେ ଦୁଇ ମହଲା କୋଠା ଠାବ ହୋଇଛି ।

ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା କୋଠା, ବ୍ରହ୍ମପୁରରେ ଫାର୍ମ ହାଉସ ଓ ଲୋଚାପଡ଼ାରେ ଥିବା ବାସଭବନରେ ମଧ୍ୟ ଚଢ଼ାଉ ହୋଇଛି । ପୁରୀରେ ଏକ ଫ୍ଲାଟ୍, ବ୍ରହ୍ମପୁର ଆମ୍ବପୁଆରେ ଗୋଟିଏ ଫ୍ଲାଟ, ଗଞ୍ଜାମ ବାଳକୃଷ୍ଣପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

Leave A Reply

Your email address will not be published.