ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଗଲ୍‌ର ଭୁଲ୍ ଖୋଜି ଯୁବକ କୋଟିପତି

ବିଶ୍ୱର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍‌ର ଭୁଲ୍ ଖୋଜି କୋଟିପତି ହୋଇଛନ୍ତି ଜଣେ ଭାରତୀୟ ଯୁବକ। ମଧ୍ୟପ୍ରଦେଶ ଇନ୍ଦୋର ବାସିନ୍ଦା ଅମନ ପାଣ୍ଡେ ଗୁଗଲ୍‌ର ୨୮୦ଟି ତ୍ରୁଟି ଖୋଜି ବାହାର କରିଛନ୍ତି । ଏଥିପାଇଁ ତାଙ୍କୁ କମ୍ପାନି ପକ୍ଷରୁ ମିଳିଛି ୬୬ କୋଟି ଟଙ୍କା। ଅମନ ‘ବଗସ୍ ମିରର’ ନାମକ ଏକ କମ୍ପାନି ପରିଚାଳନା କରନ୍ତି। ତେବେ ସେ ଗୁଗଲ୍‌ର ଭୁଲ୍ ବାହାର କରି ଏକ ରିପୋର୍ଟ ଆମେରିକାକୁ ପଠାଇଥିଲେ। ଏଥିପାଇଁ ଗୁଗଲ୍ ଅମନଙ୍କୁ ପୁରସ୍କାର ଦେବା ସହ ଏହାର ରିପୋର୍ଟରେ ବିଶେଷ ଭାବରେ ତାଙ୍କ ନାମ ଉଲ୍ଲେଖ କରିଛି । ଗୁଗଲ୍‌ ଏହାର ରିପୋର୍ଟରେ କହିଛି ଯେ, ଅମାନ ଗତ ବର୍ଷ ୨୩୨ଟି ବଗ୍ ରିପୋର୍ଟ ଦେଇଥିଲେ।

ସେ ପ୍ରଥମେ ୨୦୧୯ରେ ନିଜର ରିପୋର୍ଟ ଦେଇଥିଲେ ଏବଂ ସେବେଠାରୁ ସେ ‘ଆଣ୍ଡ୍ରଏଡ୍ ଭଲନେରାବିଲିଟି ରିର୍ଡ ପ୍ରୋଗ୍ରାମ’ପାଇଁ ୨୮୦ ରୁ ଅଧିକ ତ୍ରୁଟି ତଥା ଖଇଚା ବିଷୟରେ ରିପୋର୍ଟ କରିସାରିଛନ୍ତି । ଭୋପାଳରୁ ବି.ଟେକ୍ କରିଥିବା ଅମନ, ପାଠ ପଢୁଥିବା ସମୟରୁ ହିଁ ଗୁଗଲ ଭୁଲ ବାହାର କରିବା ଆରମ୍ଭ କରି ଦେଇଥିଲେ | ଗତ ବର୍ଷ ସେ ନିଜର କମ୍ପାନି ବଗସ୍ ମିରର୍‌’ ଆରମ୍ଭ କରିଥିଲେ। ‘ବଗସ୍ ମିରର’ ଗୁଗଲ, ଆପଲ ଏବଂ ଅନ୍ୟାନ୍ୟ କମ୍ପାନିଗୁଡ଼ିକୁ ସେମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରିବାରେ ମଧ୍ୟ ସାହାଯ୍ୟ କରେ | ତାଙ୍କମ୍ୟାନେଜମେଣ୍ଟ ଟିମ୍‌ରେ ୧୫ ଜଣ କର୍ମଚାରୀ କାର୍ଯ୍ୟ କରନ୍ତି । ଏହି କମ୍ପାନିକୁ ପ୍ରଥମେ ଏକ ଷ୍ଟାର୍ଟଅପ୍ ଭାବେ ଆରମ୍ଭ କରାଯାଇଥିଲା।

Leave A Reply

Your email address will not be published.