ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ୍‌ ଆକାଶରେ କରୋନାର କଳାବାଦଲ : ବିନା ଦର୍ଶକରେ,କେବଳ ୬ଟି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ୍

ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ବଡ଼ ଓ ଧନଶାଳୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆରମ୍ଭହେବାକୁ ୪ ଦିନ ସମୟ ବାକିରହିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟରେ  ମହାମାରୀ କରୋନା ପ୍ରଭାବ ଦେଖାଦେବା ଆରମ୍ଭ କରିଛି। ଦେଶରେ କରୋନା ସକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବାରୁ ବିସିସିଆଇ ଗତବର୍ଷ ଭଳି ଏଥର ବି ବିନା ଦର୍ଶକରେ ଖେଳାଯିବ ଆଇପିଏଲ୍ ଖେଳାଯିବାକୁ ନିଷ୍ପତ୍ତି ନେଇଛି।

ଦେଶରେ କରୋନାର ଦ୍ବିତୀୟ ଲହରୀ ମାଡି ଚାଲିଥିବା ବେଳେ ଯଦି ଏପରି ସ୍ଥିତିରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶକୁ ଅନୁମତି ଦେବା ଦ୍ୱାରା ସଂକ୍ରମଣ ବଢିବାର ଆଶଙ୍କା ରହୁଛି । ତେଣୁ ଏହା ଉପରେ ଦୃଷ୍ଟି ରଖି ଗତବର୍ଷ ଭଳି ଏଥର ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ବିସିସିଆଇ ।

ଏ ସମ୍ପର୍କରେ ସୂଚନା ଦେଇ ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି, କରୋନା ପାଇଁ ପୂର୍ବଭଳି ବାୟୋ-ବବଲ ଭିତରେ ରହି ଖେଳାଳିମାନେ ଆଇପିଏଲ୍ ଖେଳିବେ । ବିସିସିଆଇ ମଧ୍ୟ ଖେଳାଳିଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି । କେବଳ ୬ଟି ଷ୍ଟାଡିୟମରେ ଏଥର ସମସ୍ତ ଆଇପିଏଲ୍ ମ୍ୟାଚ୍ ଆୟୋଜନ ହେବ ବୋଲି ରାଜୀବ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଗତଥର ମଧ୍ୟ ଭାରତରେ  କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ୟୁଏଇରେ ଆଇପିଏଲ୍ ଆୟୋଜନ ହୋଇଥିଲା । ଗତଥର ମଧ୍ୟ ଦର୍ଶକମାନେ ଷ୍ଟାଡିୟମରେ ଖେଳ ଦେଖିବାର ମଜା ଉଠାଇପାରିନଥିଲେ । ଚଳିତ ବର୍ଷ ମଧ୍ୟ ବିନା ଦର୍ଶକରେ ଆଇପିଏଲ୍ ଖେଳାଯିବା ନିଷ୍ପତ୍ତିକୁ ନେଇ ଆଇପିଏଲ୍‌ର  ପ୍ରଶଂସକମାନଙ୍କୁ ନିରାଶ କରିଛି ।

Leave A Reply

Your email address will not be published.