ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରଲୋକରେ ବଲିଉଡର ବର୍ଷିଆନ ଅଭିନେତ୍ରୀ ଶଶିକଳା

ନୂଆଦିଲ୍ଲୀ : ୭୦ ଦଶକରେ ଦର୍ଶକଙ୍କ ପ୍ରଥମ ପସନ୍ଦ ଥିବା ବଲିଉଡ୍‌ ଅଭିନେତ୍ରୀ ଶଶିକଳା  ଜାବଲକରଙ୍କ ପରଲୋକ ହୋଇଛି। ୮୮ ବର୍ଷ ବୟସରେ ମୁମ୍ବାଇର କୋଲାବାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଅଭିନେତ୍ରୀ ଶଶିକଳା । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୧୦୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଡାକୁ, ରାସ୍ତା ଏବଂ ‘କଭି ଖୁସୀ କଭି ଗମ’ ଭଳି ଭଳି ଲୋକପ୍ରିୟ ଫିଲ୍ମରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ଶଶିକଳା ।

ବଲିଉଡର ଆଗଧାଡିର ଅଭିନେତା ସଲମାନ ଖାନ, ଅକ୍ଷର କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହିତ ଶଶିକଳା ଅଭିନୟ କରିଛନ୍ତି ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଏବଂ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦି କରୋଗୀ, ୧୯୫୩ ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ ୧୯୬୮ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ରର ନଜର ଆସିଥିଲେ। ଅନ୍ୟ କେତେକ ଚଳଚ୍ଚିତ୍ର, ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଏବଂ ଆରତୀରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା।

ଶଶିକଳା ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ସକ୍ରିୟ ଥିଲେ। ଲୋକପ୍ରିୟ ଟେଲିଭିଜନ ସୋ ସୋନପରି ଏବଂ ଜୀନା ଇସି କା ନାମ ହୈରେ ଅଭିନୟର ଯାଦୁ ଦେଖାଇଥିଲେ ଭାରତୀୟ ସିନେମାକୁ ତାଙ୍କ ଅବଦାନ ପାଇଁ ଶଶିକଳା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ୨୦୦୭ ମସିହାରେ ପାଇଥିଲେ । ୨୦୦୯ ମସିହାରେ ଶଶିକଳାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.