ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଣ୍ଟେନର ପଛରେ ପିଟିହେଲା ଆମ୍ବୁଲାନ୍ସ ; ୩ମୃତ, ୨ ଗୁରୁତର

କଟକ: କଟକ ଜିଲ୍ଲା ଟାଙ୍ଗୀ ବଇଚୁଆଁ ୧୬ ନମ୍ୱର ଜାତୀୟ ରାଜପଥରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଣ୍ଟେନର ପଛରେ ଏକ ଆମ୍ବୁଲାନ୍ସ  ପଟିହୋଇ ଯାଇଥିବା ଜଣାପଡ଼ିଛି । ଫଳରେ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଓ  ଅନ୍ୟ ୨ ଜଣ ଗୁରୁତର ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆମ୍ବୁଲାନ୍ସଟି ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ଟାଙ୍ଗୀ ଥାନା ଅନ୍ତର୍ଗତ ବଇଚୁଆଁ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସହ ଜଣେ ବୃଦ୍ଧ, ଜଣେ ମହିଳା, ଜଣେ ଯୁବକ ଏବଂ ୩ ବର୍ଷର ଶିଶୁ ଥିଲେ । ତେବେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ରୋଗୀଙ୍କ ସମ୍ପର୍କୀୟ ଯୁବକ ଚାପି ହୋଇ ରହିଯାଇଥିଲେ । ଦୁର୍ଘଟଣାରେ ସ୍ଥଳରେ ସ୍ଥାନୀୟଲକେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ରୋଗୀ ସହ ତାଙ୍କର ୨ ଜଣ ସମ୍ପର୍କୀୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଜପଥ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ ।

ଖବର ପାଇଁ ଟାଙ୍ଗୀ ଦୁର୍ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ , ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ । ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଥିଲେ ।

Leave A Reply

Your email address will not be published.