ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ, ଅନେକ ପ୍ରମୁଖ ସରକାରୀ କାଗଜପତ୍ର ପୋଡି ପାଉଁଶ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସ୍ଥିତ ସତପୁରା ଭବନରେ ଭୟାବହ ଅଗ୍ନିକାଣ୍ଡ । ସତପୁରା ଭବନର ୩ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏହି ବିଲ୍ଡିଂର ୩ୟ ମହଲାରେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନେକ ସରକାରୀ ବିଭାଗର ଅଫିସ ବି ଅଛି। ତେଣୁ ଅଗ୍ନିକାଣ୍ଡରେ କାର୍ଯ୍ୟାଳୟରେ ରଖାଯାଇ ଥିବା ଅନେକ ପ୍ରମୁଖ କାଗଜପତ୍ର ଜଳି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବାର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ଏସିରେ ବ୍ଲାଷ୍ଟ ହେବା କାରଣରୁ ଏହି ନିଆଁ ଲାଗିଥିବା କିଛି ମିଡ଼ିଆ ରିପୋର୍ଟରେ କୁହାଯାଉଛି ।

Leave A Reply

Your email address will not be published.