ରାଜଧାନୀର ପ୍ରେମୀଯୁଗଳଙ୍କ ହାଇ ଡ୍ରାମା: ପ୍ରେମିକକୁ ବାହା ହେବା ଜିଦରେ ଅଟଳ ପ୍ରେମିକା
ଭୁବନେଶ୍ଵର: ରାଜଧାନୀରେ ଆଇ. ଜି. ପାର୍କ ନିକଟରେ ଶୁକ୍ରବରା ପ୍ରେମୀଯୁଗଳଙ୍କ ହାଇ ଡ୍ରାମା ଦେଖିବାକୁ ମିଳିଛି। ବିବାହ ପ୍ରତିଶୃତି ଦେଇ ଏବେ ବାହା ହବାକୁ ରାଜି ହୋଉନ ଥିବା କଥା ଅଭିଯୋଗ କରିଛନ୍ତି ଯୁବତୀ ଜଣଙ୍କ। ଯୁବତୀ ଜଣଙ୍କ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍ ଧରି ବସିଛନ୍ତି। ଯୁବକ ଅନ୍ୟ କଉ ଝିଅକୁ ଭଲ ପାଉଛନ୍ତି। ମନ ଭରିଲା ପରେ ଜାଣିଶୁଣି ମୋତେ ଦୂରେଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଯୁବତୀ କହିଛନ୍ତି। ପ୍ରେମିକ ଜଣକ ରାଉରକେଲାର ରଞ୍ଜିତ ନାୟକ ହୋଇଥିବା ପ୍ରେମିକାଙ୍କ ଘର ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟା, ଦୁଇ ପ୍ରେମୀ ଯୁଗଳ ପରସ୍ପରକୁ ଗଲା ଅକ୍ଟୋବର ମାସରୁ ଉଭୟ ଉଭୟଙ୍କୁ ଭଲ ପାଉଥିଲେ ଏବଂ ଲିଭ ଇନ ରିଲେସନସିପରେ ରହୁଥିଲେ। ରଞ୍ଜିତ ରୋଜାଲିନଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ, ପରେ ରୋଜାଲିନଙ୍କୁ ଧରା ଛୁଆଁ ଦେଇ ନଥିଲେ। ରୋଜାଲିନ ପ୍ରେମିକଙ୍କ ଘରକୁ ବାରମ୍ବାର ଯାଇ ହତାଶ ହୋଇ ଫେରିଥିଲେ। ଅନ୍ୟପଟେ ରଞ୍ଜିତ ପ୍ରେମିକାର ଫୋନ ନ ଉଠାଇବା ଓ ଘର ଲୋକ ତାଙ୍କ ସହ ବିବାହ କରାଇବାକୁ ଚାହୁଁ ନାହାନ୍ତି ବୋଲି କହୁଥିଲେ।
ତେବେ ଏହି ଲକଡାଉନ ସମୟରେ ପ୍ରେମିକା ଜଣକ ପ୍ରେମିକ ଘର ରାଉରକେଲା ପହଂଚିଥିଲେ ଏବଂ ସାଙ୍ଗ ହୋଇ ଗତକାଲି ଭୁବନେଶ୍ୱର ଆସିଥିଲେ। ଆଜି ଆଇ ଜି ପାର୍କ ନିକଟରେ ପ୍ରେମିକା ବିବାହ କରିବା ପାଇଁ ଜିଦ ଧରି ବସିଲେ କିନ୍ତୁ ପ୍ରେମିକ ଜଣକ ରାଜି ନଥିବାରୁ ଖସି ପଳାଇବାକୁ ବସିଥିଲେ, ଏହି ସମୟରେ ଦୁଇ ଜଣକ ମଧ୍ୟରେ ଯୁକ୍ତି ତର୍କ ସହ ହାତାହାତୀ ପର୍ଯ୍ଯନ୍ତ କଥା ଯାଇଥିଲା। ତେବେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଦୁଇ ଜଣକୁ ଥାନାକୁ ନେଇ ପଚରା ଉଚୁରା କରୁଛି।