ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମା’ର ମୃତ୍ଯୁ ପରେ ବାପାକୁ ଜେଲ୍,  ନାତିକୁ ନେଇ ଅଜା ଓ ଜେଜେମା’ ମଧ୍ଯରେ ଟଣାଓଟରା

ନାତିକୁ ପାଇବାକୁ ଜେଜେମାର ଆକୁଳ ନିବେଦନ, ନାତି ସାଇ ଏବେ ଶିଶୁମଙ୍ଗଳ ଅଧିନରେ

ସିମୁଳିଆ: ମାର ମୃତ୍ୟୁ ପରେ ବାପା ଜେଲରେ, ନାତିକୁ ପାଇବାକୁ ଦୁଇ ପରିବାର ମଧ୍ୟରେ ଟଣା ଓଟରା ,ମାତ୍ର ନାତି ସାଇ ଏବେ ଶିଶୁ ମଙ୍ଗଳ ଅଧିନରେ, ଧର୍ମଦଣ୍ଡି କହିବ ସାଇ କାହାର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସିମୁଳିଆ ଥାନା ଅଞ୍ଚଳରେ।

ବିବରଣୀରୁ ପ୍ରକାଶ, ସିମୁଳିଆ ଥାନା ଅନ୍ତର୍ଗତ ଅବଜୁଣା ପଞ୍ଚାୟତର ରାମକୃଷ୍ନପୁର ଗ୍ରାମର ସୁକୁମାର ଜେନାଙ୍କ ପୁଅ ପ୍ରଫୁଲ୍ଲ ସେହି ଥାନା ଅଞ୍ଚଳରେ କାଞ୍ଚପଡ଼ା ପଞ୍ଚାୟତ ଗୋପିବିନ୍ଧା ଗ୍ରାମର ଗୌରାଙ୍ଗ ଜେନାଙ୍କ ଝିଅ ରୀନାରାଣୀଙ୍କୁ ୨୦୧୪ମସିହାରେ ପ୍ରେମବିବାହ କରିଥିଲେ। ମାତ୍ର ଏ ବିବାହ ରୀନାରାଣୀଙ୍କ ପରିବାର ଅରାଜି ଥିଲେ। ତାଙ୍କ ଔରସରୁ ୨୦୧୫ମସିହାରେ ପୁତ୍ର ସାଇରାମର ଜନ୍ମ। କୌଣସି କାରଣରୁ ରୀନାରାଣୀଙ୍କର ମୃତ୍ୟୁ ହୋଇଥିଲା। ରୀନାରାଣୀ ପରିବାର ପକ୍ଷରୁ ଅଭିଯୋଗକ୍ରମେ ପ୍ରଫୁଲ୍ଲକୁ ଜେଲ ହୋଇଗଲା। ଏଭଳି ଅବସ୍ଥାରେ ସାଇର ଲାଳନପାଳନ ଜେଜେବାପା ସୁକୁମାର ଓ ଜେଜେମାଆ ବାସନ୍ତୀ କରୁଥିଲେ।

ସେତେବେଳେ ସିମୁଳିଆ ପୁଲିସ ସାହାଯ୍ଯରେ ସାଇକୁ ତାଙ୍କ ଅଜା ଗୌରାଙ୍ଗ ନେଇଯାଇଥିଲେ। ଆଉ ନାତିକୁ ଦେଖିବା ପାଇ ଜେଜେମାଆ ଗଲେ ଗୈାରାଙ୍ଗର ପରିବାରକୁ ବିଭିନ୍ନ ଗାଳିଗୁଲଜ କରୁଥିବାର ଅଭିଯୋଗ କରିଥିଲେ। ଉଭୟପକ୍ଷ ମଧ୍ୟସ୍ଥିକୁ ହେଲେ ଫଲ କିଛି ମିଳି ନ ଥିଲା। ନାତିକୁ ପାଇବାକୁ ସେହିଦିନଠାରୁ ଆରମ୍ଭ ହୋଇଥିଲା ଜେଜେମାର ଅଭିଯାନ।

ନାତିକୁ ପାଇବାକୁ ବାରଦୁଆର ହେବାକୁ ପଡ଼ିଥିଲା ଜେଜେମାଆ ବାସନ୍ତୀକୁ। ନାତିକୁ ପାଇବାକୁ ସିମୁଳିଆ ଥାନାଠାରୁ ଆରମ୍ଭକରି ବାଲେଶ୍ୱର ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଖଇରା ଚାଇଲଡ ଲାଇନ ପକ୍ଷରୁ ସିମୁଳିଆ ଥାନାରେ ଅବଗତ କରାଇ ସାଇରାମ ତାମିଲନାଡୁରେ ଥିବାର ସୂଚନା ମିଳିଥିଲା। ତାକୁ ଉଦ୍ଧାର କରାଯାଇ ଜେଜେମାକୁ ହସ୍ତାନ୍ତର କରିବାକୁ କାର୍ଯ୍ୟକ୍ରମ ଥିଲା। ମାତ୍ର ତାହା ସୁବିଧା ହୋଇପାରି ନ ଥିଲା ନାତିକୁ ପାଇବାକୁ ବିଳମ୍ବ ହୋଇଥିଲା। ନାତିକୁ କେଉଁଆଡେ ଅର୍ନ୍ତଧ୍ୟାନ କରି ଦିଆଯାଇଥିଲା। ଏହି ଅଭିଯୋଗକ୍ରମେ ଦୀର୍ଘ ଦେଢବର୍ଷ ପରେ ଖଇରା ଚାଇଲଡ ଲାଇନକୁ ମିଳିଲା ବଡ ସଫଳତା, ଖବର ପାଇ ଖଇରା ଚାଇଲଡ ଲାଇନର ନିର୍ଦ୍ଦେଶକ ମଦନମୋହନ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଚାଇଲଡ ଲାଇନର ମୁଖ୍ୟ ତପସ୍ୱନୀ ରାଉତ, ସଦସ୍ୟ ପଞ୍ଚାନନ ତ୍ରିପାଠୀ ଓ ଜ୍ୟୋତିପ୍ରକାଶ କର ବସ୍ତା ଥାନା ପୁଲିସ ସହଯାଗରେ ସାଇରାମ ବସ୍ତା ଥାନା ଅନ୍ତର୍ଗତ ପଞ୍ଚୁପଡ଼ା ଗ୍ରାମର ଶମ୍ଭୁନାଥଙ୍କ ପୃଷ୍ଠିଙ୍କ ଘରୁ ଉ଼ଦ୍ଧାର କରିଥିଲେ। ସାଇରାମକୁ ଉଦ୍ଧାର ପରେ ଜିଲ୍ଲା ଶିଶୁମଙ୍ଗଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ନାତି ସାଇରାମକୁ ନେବାକୁ ଅଜା ଗୈାରାଙ୍ଗ ଜେନାଙ୍କ ପରିବାର ଜିଦ ଧରୁଥିବାବେଳେ ଜେଜେମାଆ ସୁକାନ୍ତୀ ନାତିକୁ ପାଇବାକୁ ଆଖିରୁ ଲୁହ ସୁଖୁନି। ଶେଷରେ ଜିଲ୍ଲା ଶିଶୁମଙ୍ଗଳ ନିର୍ଦ୍ଧାରଣ କରିବ ସାଇରାମର ଶିକ୍ଷା,ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଯତ୍ନବାନ ହୋଇପାରିବ ନାତି ତାହାର ହୋଇପାରିବ।

Leave A Reply

Your email address will not be published.