ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ; ୨ ମୃତ, ଆଉ ୨ଜଣ ଏବେ ବି ନିଖୋଜ

ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଥିଲେ । ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।

ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ କଟକର ଆର୍ଯ୍ୟନ ଏବଂ ଜାମସେଦପୁରର ଅଭିନାଶ। ନିଖୋଜ ୨ ଜଣ ହେଲେ ବାଲେଶ୍ୱରର ରୋହିତ ଏବଂ ଅନ୍ୟ ଜଣେ କଟକର ପ୍ରତୀକ । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

Leave A Reply

Your email address will not be published.