ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଜପତିରୁ ୪ ଫୁଟର ବଜ୍ରକାପ୍ତା ଉଦ୍ଧାର

ଗଜପତି: ମୋହନାରୁ ବଜ୍ରକାପ୍ତା ଉଦ୍ଧାର । ଗଜପତି ଜିଲ୍ଲା ଅଡବା ଥାନା ଚିଡ଼ାଙ୍ଗପଙ୍କା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଚଢ଼ାଉ କରିଥିଲା । ଏକ କାଠ କୋରଡ଼ରେ ବଜ୍ରକାପ୍ତାକୁ ରଖାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାର ଲମ୍ବ 4 ଫୁଟ 2 ଇଞ୍ଚ ହୋଇଥିବା ବେଳେ ବୟସ ପ୍ରାୟ 4 ବର୍ଷ ହେବ ।

ସେପଟେ ବିକ୍ରି ଉଦ୍ଦେଶ୍ୟରେ ବଜ୍ରକାପ୍ତାକୁ ରଖାଯାଇଥିବା ବନବିଭାଗ ସନ୍ଦେହ କରୁଛି । ଉଦ୍ଧାର ବଜ୍ରକାପ୍ତା ଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ବଜ୍ରକାପ୍ତା ରଖିଥିବା ଅଭିଯୋଗ ରେ ଚିଡ଼ାଙ୍ଗପଙ୍କା ଗାଁର ଦାଦା ପୁତୁରା ଯାକବ ମାଝୀ ଏବଂ ଏସୋ ମାଝୀଙ୍କୁ ଅଟକ ରଖି ବନବିଭାଗ ତଦନ୍ତ ଜାରି ରଖିଛି । ବନବିଭାଗ ଏବଂ ସ୍ପେସାଲ ସ୍ୱାର୍ଡ ଚଳାଇଛି ଅପରେସନ ।

Leave A Reply

Your email address will not be published.