ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଧର୍ମେନ୍ଦ୍ର ପ୍ରଧାନଙ୍କୁ ଛାତ୍ର କଂଗ୍ରେସର ବିରୋଧ : ‘ଗୋ ବ୍ୟାକ୍’ ର ନାରା ସହ ଦେଖାଇଲେ କଳା ପତାକା

ଭୁବନେଶ୍ୱର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଛାତ୍ର କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । କଳାପତାକା ଦେଖାଇ ‘ଗୋ ବ୍ୟାକ୍’ ର ନାରା ଦେଇଥିଲେ ଛାତ୍ର କଂଗ୍ରେସ କର୍ମୀ । ବିଶ୍ୱବିଦ୍ୟାଳୟ ପରିସରରେ ପ୍ରତିବାଦର ନାରା ଦେଇ ବିରୋଧ କରିବା ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।

ଉତ୍କଳ ବିଶ୍ୱ ବିଦ୍ୟାଳୟର ସ୍ଥାପନା ଦିବସ ଅବସରରେ ଭୁବନେଶ୍ୱର ଗସ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସମୟରେ ଦରଦାମକୁ ନେଇ ପୂର୍ବରୁ କଂଗ୍ରେସ ବିରୋଧ ପ୍ରଦର୍ଶନ କରି ଆସିଥିବାବେଳେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ କଲାପତାକା ଦେଖାଇ ବିରୋଧ କରିଛି କଂଗ୍ରେସ । ଛାତ୍ର କଂଗ୍ରେସର କର୍ମୀ କଂଗ୍ରେସ ପତାକା ସହ କଳା ପତାକା ଦେଖାଇ ଗୋ ବ୍ୟାକ ନାରା ଦେଇଥିଲେ ।

Leave A Reply

Your email address will not be published.