ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ବରରେ ହାତୀ ଆତଙ୍କ, ଘଉଡାଇବାକୁ ନାକେଦମ ହେଲେ ବନ କର୍ମଚାରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ହାତୀ ଆତଙ୍କ। ବୁଧବାର ବିଳମ୍ବିତ ରାତିରେ ଶୈଳଶ୍ରୀ ବିହାର ସରସ୍ବତୀ ବସ୍ତିରେ ହାତୀପଲ ତାଣ୍ଡବ ରଚିଛନ୍ତି। ରାତିରେ ଆସିଲେ ଘର ଭାଙ୍ଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣା ପଡ଼ିିଛି।

ସୂଚନା ଅନୁଯାୟୀ, ଚନ୍ଦାକା ଜଙ୍ଗଲରୁ ଏକ ଛୁଆ ହାତୀ ସରସ୍ବତୀ ବସ୍ତିକୁ ଚାଲି ଆସିଥିଲା । ଛୁଆକୁ ନେବାକୁ ପରେ ଦୁଇଟି ବଡ଼ ହାତୀ ଆସିଥିଲେ। ସେମାନେ ବସ୍ତିରେ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ଏପରିକି ଏକ ଅଟୋକୁ ହାତୀ ଓଲଟାଇ ଦେଇଥିଲେ । ଭୟରେ ଲୋକେ ଏଣେତେଣେ ଧାଇଁବାକୁ ଲାଗିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ବସ୍ତିରେ ପହଞ୍ଚି ଥିଲେ। ଏହାପରେ ହାତୀ ଘଉଡାଇବା ଆରମ୍ଭ ହୋଇଥିଲା । ଏଥିପାଇଁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଶେଷରେ ୩ ହାତୀଙ୍କୁ ଜଙ୍ଗଲକୁ ଘଉଡାଇବାକୁ ବନ ବିଭାଗ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.