ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିକନିକ୍ ଯିବାବେଳେ ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା, ୩ ମୃତ

ଦଶପଲ୍ଲା: ନୟାଗଡ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଛାତ୍ରଛାତ୍ରୀମାନଙ୍କୁ ନେଇ ପିକନିକ ଯିବାବେଳେ ବସକୁ ଧକ୍କା ଦେଲା ଟ୍ରକ । ଏହି ଦୁର୍ଘଟଣାରେ ୩ ଜଣ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛିୟ

ସୂଚନା ଅନୁଯାୟୀ, ଏକ ଘରୋଇ କୋଚିଂ ସେଣ୍ଟରର ୬୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀ ମିଶି ହରିଶଙ୍କର ବୁଲିବାକୁ ଯାଉଥିଲେ । ଶୁକ୍ରବାର ରାତିରେ ୧୦ଟାରେ ସମସ୍ତେ ଦଶପଲ୍ଲା ଛାଡିଥିଲେ । ମାତ୍ର ୧୫ କିମି ରାସ୍ତା ଯିବା ପରେ ହେଲେ ଦୁର୍ଘଟଣାର ଶୀକାର ହୋଇଥିଲା । ସାମ୍ନାପଟୁ ଆସୁଥିବା ଏକ  ଟ୍ରକଟି ବସ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲେ ।  ଦୁର୍ଘଟଣାରେ ୩ ଜଣ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଛାତ୍ରମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଓ ନୟାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 

Leave A Reply

Your email address will not be published.