ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ନେଇ ଯୁବକ ଆଫ୍ରିକା ଫେରାର

କେନ୍ଦ୍ରାପଡା: ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିବା ପରେ ଅନ୍ତରଙ୍ଗ ହେବାକୁ ଶାରୀରିକ ସମ୍ପର୍କ ରଖି ଲକ୍ଷାଧିକ ଟଙ୍କା ଠକି ନେଇ ଫେରାର ହୋଇଯାଇଥିବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ, କାଳିକାପୁର ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ସହ ଆଳି ମନପୁର ଅଞ୍ଚଳର ମନୋଜ ସେଠି ପ୍ରେମ ନିବେଦନ କରି ଫସାଇଥିଲେ l ପରେ ବିବାହ କରିବାର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ l ଯୁବତୀଙ୍କ ସରଳତାର ସୁଯୋଗ ନେଇ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଚାକିରୀ କରିବାକୁ ଆଫ୍ରିକା ଚାଲିଯାଇଛନ୍ତି l ଏବେ ବିବାହ କଥା କହିବାରୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି l ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ୧୯୫/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.