ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶକୁ ନେଇ ଲାଗିଲା କଟକଣା

ନୂଆଦିଲ୍ଲୀ: ଜାମା ମସ୍‌ଜିଦ୍‌ରେ ଝିଅଙ୍କ ପ୍ରବେଶ ନେଇ କଟକଣା ଲଗାଯାଇଛି। ବିନା ପୁରୁଷରେ ମହିଳାଙ୍କର ସ୍‌ଜିଦ୍‌ ଭିତରକୁ ପ୍ରବେଶ ମନା ହୋଇଛି। ଏହି ନିର୍ଦ୍ଦେଶ ଦେଇଛି ଜାମା ମସଜିଦ ପରିଚାଳନା କମିଟି। ଏକୁଟିଆ ହୁଅନ୍ତୁ କିମ୍ବା ଗ୍ରୁପ୍‌ରେ ଆସନ୍ତୁ ବିନା ପୁରୁଷରେ ମହିଳାମାନେ ମିସ୍‌ଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ। ପ୍ରବେଶ କରିବାକୁ ହେଲେ ପରିବାରର କୌଣସି ପୁରୁଷଙ୍କ ସହିତ ମହିଳାଙ୍କୁ ଆସିବାକୁ ପଡ଼ିବ ବୋଲି ମସ୍‌ଜିଦ ପକ୍ଷରୁ କୁହାଯାଇଛି।

ଏନେଇ ମସ୍‌ଜିଦ୍‌ ଗେଟ୍‌ ବାହାରେ ଏକ ନୋଟିସ୍ ଜାରି ଲଗାଯାଇଛି। ଗତ କିଛିଦିନ ହେଲା ଏଭଳି ନୋଟିସ୍ ଲାଗିବା ପରେ ମମଲା ଦିଲ୍ଲୀ ମହିଳା କମିଶନ ପାଖରେ ପହଞ୍ଚିଛି। ଏନେଇ ଖୁବ୍‌ଶୀଘ୍ର ମସ୍‌ଜିଦ୍ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯିବ। ମହିଳାଙ୍କ ଉପରେ ଏଭଳି ବ୍ୟାନ୍ ଲଗାଇବା କାହାରି ଅଧିକାର ନାହିଁ ବୋଲି ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ କହିଛନ୍ତି।

ଅନ୍ୟପକ୍ଷରେ ମସଜିଦର ପିଆରଓ ସବିଉଲ୍ଲା ଖାନ ନିଷ୍ପତ୍ତିକୁ ଯର୍ଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, ମହିଳାମାନେ ଯେତେବେଳେ ଏକାକୀ ଆସୁଛନ୍ତି ସେତେବେଳେ ଏହି ଧାର୍ମିକ ସ୍ଥାନରେ ଅଶୋଭନୀୟ ଘଟଣା ଘଟୁଛି। ସେହି କାମକୁ ବନ୍ଦ କରିବା ପାଇଁ ବ୍ୟାନ ଲଗାଇଯାଇଛି। ମସିଜିଦରେ ମହିଳାଙ୍କ ପ୍ରବେଶ ଉପରେ କୌଣସି ରୋକ ଲଗା ଯାଇନାହିଁ। ମହିଳାମାନେ ଏକାକୀ ଆସିବା ବେଳେ ଅସହଜ ଘଟଣା ଘଟିବାର ନଜିର ରହିଛି। ମସିଜିଦ ପରିସରରେ ଭିଡିଓ ଶୁଟିଂ ମଧ୍ୟ କରାଯାଉଛି। ପରିବାର ସହ ମହିଳା ଓ ଦମ୍ପତି ମସଜିଦ ଆସିବାରେ କୌଣସି ରୋକ ଲାଗିନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.