ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରକୀୟା ପ୍ରୀତି ସନ୍ଦେହ: ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ

ଭଦ୍ରକ: ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅ, ଝିଅ ସହ ମିଶି ସ୍ୱାମୀକୁ ପିଟି ପିଟି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଦୌଲତପୁର ଅଞ୍ଚଳରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ। ମୃତକ ହେଲେ ବାବୁଆ ଦାସ । ପରକିୟା ପ୍ରୀତି ଯୋଗୁଁ ସ୍ତ୍ରୀ, ପୁଅ ଓ ଝିଅ ମିଶି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଭିଆଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ସହ ଅନେକ ସମୟରେ ମତାନ୍ତର ହୋଇ ଝଗଡା ହୋଇଥାଏ ।

ସୂଚନା ଅନୁସାରେ, ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହୋଇ ଅନେକ ସମୟରେ ଝଗଡା କାରଣରୁ ଅଧିକାଂଶ ଦିନ ବାବୁଆଙ୍କ ସ୍ତ୍ରୀ ସ୍ୱାମୀଙ୍କ ଘରେ ନରହି ବାପ ଘରେ ରହୁଥିଲେ । ମାତ୍ର ଗତକାଲି ବାବୁଆ ଘର ବାହାରେ ଶୋଇଥିବାବେଳେ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ଆସି ହଠାତ୍‌ ଏକ ଶାବଳରେ ଆକ୍ରମଣ କରିଥିଲେ । ସମ୍ପର୍କୀୟ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବାବୁଆଙ୍କ ମାଆ ପୀରହାଟ ଥାନାରେ ଅଭିଯୋଗ କରିବା ପରେ ପୁଅକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ସୂଚନା ଆସିବ ।

Leave A Reply

Your email address will not be published.