ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଠିକଣା ପଚାରିବା ବାହାନାରେ ଯୁବକଙ୍କୁ ଅପହରଣ କରି ଗଣଦୁଷ୍କର୍ମ କଲେ ୪ ଯୁବତୀ

ପଞ୍ଜାବ: ଦୁଷ୍କର୍ମର ଶିକାର ହେଲେ ଯୁବକ । ଜଣେ ଯୁବକଙ୍କୁ ଗଣଦୁଷ୍କର୍ମ କଲେ ୪ ଯୁବତୀ । ଠିକଣା ପଚାରିବା ବାହାନାରେ ଜଣେ ଯୁବକଙ୍କୁ ଅପହରଣ କରିବା ପରେ ୪ ଜଣ ଯୁବତୀ ମିଶି ଗଣଦୁଷ୍କର୍ମ କରିଛନ୍ତି । ପଞ୍ଜାବର ଜଳନ୍ଧରରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଜଣେ ଯୁବକଙ୍କୁ ୪ ଜଣ ଯୁବତୀ ଆଖିରେ ରସାୟନିକ ସ୍ପ୍ରେ କରି ଅପହରଣ କଲେ, ତାପରେ ନିଶା ଦେଇ ଜଙ୍ଗଲରେ କରିଲେ ଦୁଷ୍କର୍ମ। ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଛନ୍ତି ଯୁବତୀମାନେ ।

ସୂଚନା ଅନୁସାରେ, ପୁରୁଷ ଜଣଙ୍କ ଗୋଟିଏ ଚମଡା କାରଖାନାରେ କାମ କରନ୍ତି । କାରଖାନାରୁ କାମ ସାରି ସନ୍ଧ୍ୟା ସମୟରେ ଯୁବକ ଜଣକ ଘରକୁ ଫେରୁଥିବାବେଳେ ବାଟରେ ହଠାତ୍ ଚାରି ଜଣ ଝିଅ ତାଙ୍କ ଗାଡିକୁ ଅଟକାଇଥିଲେ । କାଗଜରେ ଲେଖାଥିବା ଠିକଣା ଦେଖାଇ ତାଙ୍କୁ ଅଟକାଇଥିଲେ । ହଠାତ୍ ଆଖିରେ ରସାୟନିକ ପଦାର୍ଥ ସ୍ପ୍ରେ କରି ତାଙ୍କୁ ଟାଣି ନେଇ ଯାଇଥିଲେ । ଫଳରେ ଘଟଣାସ୍ଥଳରେ ସେ ମୁର୍ଚ୍ଛା ହୋଇଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍‌ରେ ଅପହରଣ କରିଥିଲେ । ଜଙ୍ଗଲ ଭିତରକୁ ନେଇ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ବାନ୍ଧି ଯୁବତୀମାନେ ଦୁଷ୍କର୍ମ କରିଥିଲେ । ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି ସମୟରେ ତାଙ୍କୁ ଜୋର ଜବରଦସ୍ତ ମଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ । ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଥିଲେ ୪ ଯୁବତୀ । ଅପହରଣକାରୀ ଯୁବତୀ ମାନେ ଉଚ୍ଚ ଶିକ୍ଷିତା ଏବଂ ସମ୍ଭ୍ରାନ୍ତ ପରିବାରର ବୋଲି ଯୁବକ ଜଣକ କହିଛନ୍ତି । ସହରରେ ହୋଇଥିବା ଏଭଳି ଅଜବ ଘଟଣାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ଅଛନ୍ତି।

Leave A Reply

Your email address will not be published.