ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡଗାଁ କୋମଣ୍ଡ ଗାଁରେ ଚାଞ୍ଚଲ୍ୟ: ସ୍ୱାମୀକୁ ହତ୍ୟା କରି ଘରେ ପୋତିଛି ସ୍ତ୍ରୀ !

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ସ୍ୱାମୀକୁ ମାରି ଘରେ ପୋତିଛି ସ୍ତ୍ରୀ । ଏହି ଅଭିଯୋଗ ଆସିବା ପରେ ଶବ ବାହାର କରିବାକୁ ମାଟି ଖୋଳା ଆରମ୍ଭ କରିଛି ପୁଲିସ। ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଗାଁରୁ ଆସିଛି ଏହି ଅମାନୁଷିକ କାଣ୍ଡ । ଏହି ଗାଁର ପ୍ରକାଶ ନାୟକ ପ୍ରାୟ ୨୦ଦିନ ହେବ ନିଖୋଜ ଥିଲେ। ଏ ନେଇ ବାପାଙ୍କର ସନ୍ଦେହ ହେବାରୁ ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଛାନଭିନ୍ ଆରମ୍ଭ କରିଛି ପୁଲିସ। ସ୍ଥାନୀୟ ଓଡଗାଁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଡଗାଁ ପୁଲିସ ଶବ ବାହାର କରିବାକୁ ଉଦ୍ୟମ ଆରମ୍ଭ କରିଛି। ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ସାଇଣ୍ଟିଫିକ ଟିମ୍ ସହ ତଦନ୍ତ କରୁଛି ପୁଲିସ ।

Leave A Reply

Your email address will not be published.